www.samajalive.in
Tuesday, December 9, 2025
15.1 C
Bhubaneswar

ହାର୍ଦ୍ଦିକ ପଟେଲ ଗୁଜରାଟ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି

ଗାନ୍ଧୀନଗର : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟର ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ପଟିଦାରଙ୍କ ସଂରକ୍ଷଣ ଦାବିରେ ଆନ୍ଦୋଳନ ଚଳାଇଥିବା ତଥା ଦୀର୍ଘଦିନ ଧରି କଂଗ୍ରେସରେ ସକ୍ରିୟ ଥିବା ହାର୍ଦ୍ଦିକ ପଟେଲଙ୍କ ନାମରେ ଶେଷରେ ସୋନିଆ ଗାନ୍ଧୀ ମୋହର ମାରିଛନ୍ତି।

ଗୁଜରାଟରେ ପାରସ୍ପରିକ ମତଭେଦ ସହ ସଂଘର୍ଷ କରୁଥିବା କଂଗ୍ରେସ ଦଳ ହାର୍ଦ୍ଦିକ ପଟେଲଙ୍କୁ ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରି ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ପ୍ରୟାସ ଆରମ୍ଭ କରିଛି। ତେବେ ହାର୍ଦ୍ଦିକଙ୍କ ବ୍ୟତୀତ ମହେନ୍ଦ୍ର ସିଂହ ପରମାରଙ୍କୁ ଆନନ୍ଦ, ଆନନ୍ଦ ଚୌଧୁରୀଙ୍କୁ ସୁରଟ ଏବଂ ୟାସିନ୍ ଗଜ୍ଜନଙ୍କୁ ଦ୍ୱାରକା ଜିଲ୍ଲାର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସୂଚନା ଯୋଗ୍ୟ ହାର୍ଦ୍ଦିକ ୧୨ ମାର୍ଚ୍ଚ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ, କିନ୍ତୁ ସେ ଗତ ବର୍ଷ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories