www.samajalive.in
Thursday, December 11, 2025
26.1 C
Bhubaneswar

ଟିଭିରେ ପାଠ ପଢ଼ିବେ ଦଶମ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୦ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ କରାଯିବ। ରାଜ୍ୟ ସମେତ ସାରା ଦେଶ ଲକ ଡାଉନ ଥିବାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଘରେ ରହି ଟିଭି ଦେଖି ଛାତ୍ରଛାତ୍ରୀ ପାଠପଢିପାରିବେ। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯିବ। ଲକ୍‌ଡାଉନ ସମୟରେ ଟିଭିରେ ଦୂରଦର୍ଶନ ଚ୍ୟାନେଲ (ଡିଡି ଓଡ଼ିଆ) ଜରିଆରେ ଦଶମ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ସମ୍ବନ୍ଧରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସୋପା) ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ ଓ ସମସ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ସୂଚିତ କରାଯାଇଛି। ଓସେପା ଯୁଗ୍ମ ସଚିବ ଡ.ସନାତନ ପଣ୍ଡା ଏନେଇ ଶନିବାର ଚିଠି ଲେଖି ଅବଗତ କରିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ରୁ ଏଡୁସାଟ୍‌ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟରେ ପାଠ୍ୟକ୍ରମର ଭିଡିଓ ଦୂରଦର୍ଶନ ଓଡ଼ିଆ ଚ୍ୟାନେଲରେ ରେ ପ୍ରସାରଣ କରାଯିବ। ୨୦ ଏପ୍ରିଲରୁ ଏହା ଆରମ୍ଭ ହୋଇ ମେ ୧୨ରେ ଶେଷ ହେବ। ମୋଟ ୩୪ଟି ଭିଡିଓ ପ୍ରସାରଣ କରାଯିବ।

- Advertisement -

ପ୍ରତ୍ୟେକ ସୋମବାର ଠାରୁ ଶୁକ୍ରବାର ପର୍ୟ୍ୟନ୍ତ ପ୍ରସାରଣ କରାଯିବ। ପ୍ରତିଦିନ ଦୁଇଥର ପ୍ରସାରଣ ହେବ। ପ୍ରତି ପ୍ରସାରଣ ସମୟ ଏକଘଣ୍ଟା ଧାର୍ୟ୍ୟ କରାଯାଇଛି। ପୂର୍ବାହ୍ଣ ୧୧ରୁ ମଧ୍ୟାହ୍ନ୧୨ଟା ଏବଂ ଅପରାହ୍ଣ ୩.୩୦ ରୁ ୪.୩୦ ପର୍ୟ୍ୟନ୍ତ ପ୍ରସାରଣ କରାଯିବ। ଇଂରାଜୀ, ଗଣିତ,ଭୂଗୋଳ,ଏସ ସି ପି, ଏବଂ ଏସ ସି ଏଲ ବିଷୟର ଭିଡିଓ ପ୍ରସାରଣ କରାଯିବ। ଏହା ବ୍ୟତୀତ ଦୀକ୍ଷା ଓ ମଧୁ ଆପ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟର ନିୟମିତ ଭାବେ ଭିଡିଓ ଅପ୍‌ଲୋଡ୍‌ କରାଯାଇଛି। ଛାତ୍ରଛାତ୍ରୀ ଏହି ଆପ୍‌କୁ ଫୋନ୍‌ରେ ଇନ୍‌ଷ୍ଟାଲ୍‌ କରି ସୁଫଳ ପାଇପାରିବେ।

ସବୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ଦୂରଦର୍ଶନରେ ପ୍ରସାରଣ ଓ ଆପ୍‌ ସର୍ମ୍ପକରେ ଛାତ୍ରଛାତ୍ରୀଙ୍କୁ ଅଧିକ ମାତ୍ରାରେ ଅବଗତ କରିବା ସହ କାର୍ୟ୍ୟକ୍ରମ ଦେଖିବାକୁ କହିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories