www.samajalive.in
Saturday, December 6, 2025
19.1 C
Bhubaneswar

ସଲମନଙ୍କ କେତେ ବାନ୍ଧବୀ ତାହା ଜଣାନାହିଁ: ସୋମି ଅଲି

ମୁମ୍ବଇ: ପାକିସ୍ତାନ ଜନ୍ମିତ ଆମେରିକୀୟ ଅଭିନେତ୍ରୀ ସୋମି ଅଲି ଏବେ ବଲିଉଡ ଅଭିନେତା ସଲମନ ଖାଁଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି । ମିଥୁନ ଚକ୍ରବର୍ତ୍ତୀ, ସୁନିଲ ସେଟ୍ଟି, ସୈଫ ଅଲି ଖାଁ, ଗୋବିନ୍ଦା, ସଞ୍ଜୟ ଦତ୍ତ ଏବଂ ଅନ୍ୟମାନଙ୍କ ସହିତ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସୋମି ଅଲି ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ସଲମନଙ୍କ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଦୁହେଁ ‘ବୁଲନ୍ଦ’ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମଧ୍ୟ କୌଣସି କାରଣରୁ ଉକ୍ତ ଚଳଚ୍ଚିତ୍ରଟି ଅଧାରୁ ବନ୍ଦ ହୋଇଯାଇଥିଲା । ସେହି ଚଳଚ୍ଚିତ୍ର ହିଁ ସେମାନଙ୍କ ମଧ୍ୟରେ ସମ୍ପର୍କ ଯୋଡିଥିବା କହିଛନ୍ତି ସୋମି ।

ଜଣାଯାଇଛି ଯେ ସୋମି ଅଲି ଏବଂ ସଲମନ ଖାଁଙ୍କ ମଧ୍ୟରେ ପ୍ରାୟ ୮ ବର୍ଷ ସମ୍ପର୍କ ରହିଥିଲା । ସେତେବେଳର ସମ୍ପର୍କ ଏବଂ ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ପ୍ରକାଶ କରି ସୋମି କହିଛନ୍ତି, ପ୍ରାୟ ପାଞ୍ଚବର୍ଷ ହେଲା ସେ ସଲମନଙ୍କ ସହିତ ଥରଟିଏ ମଧ୍ୟ କଥା ହୋଇନାହାନ୍ତି । ତାହା ହିଁ ଠିକ୍‍ ଏବଂ ସେ ପଛକଥା ପଛରେ ପକାଇ ଆଗକୁ ବଢିବାରେ ଲାଗିଛନ୍ତି । ସେ ୧୯୯୯ ଡିସେମ୍ବରରେ ସଲମନଙ୍କ ସହିତ ସମ୍ପର୍କ ତୁଟାଇବା ପରେ ସଲମନଙ୍କର କେତେ ଯେ ବାନ୍ଧବୀ ହେଲେଣି ତାହାର ହିସାବ ରଖିନଥିବା ସୋମି କହିଛନ୍ତି । ତେବେ ସେ ସଲମନଙ୍କର କୁଶଳତା କାମନା କରିଛନ୍ତି । ତାଙ୍କର ‘ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ’ ଭଲ କାମ କରୁଥିବା ସୋମି କହିଛନ୍ତି । ଏପରିକି ସଲମନଙ୍କ ସହିତ ସଂପର୍କ ନରଖିବା ତାଙ୍କ ପାଇଁ ମାନସିକ ସ୍ତରରେ ଅନେକ ଭଲ ହୋଇଛି ।

- Advertisement -

‘ମାଫିଆ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସୋମି ଅଲି ଆଉ ମଧ୍ୟ କହିଛନ୍ତି ଯେ ‘ବୁଲନ୍ଦ’ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଖବର ମିଳିଲା ଯେ ସଲମନ ତାଙ୍କର ପ୍ରଯୋଜନା ସଂସ୍ଥା ଆରମ୍ଭ କରିଛନ୍ତି ଏବଂ ତାଙ୍କ ବିପକ୍ଷରେ ଅଭିନୟ କରିବାକୁ ଜଣେ ସୁନ୍ଦର ଝିଅ ଖୋଜୁଛନ୍ତି । ଏହାପରେ ସେ ସଲମନଙ୍କ ସହିତ ଚଳଚ୍ଚିତ୍ରର ସୁଟିଂ କରିବାକୁ କାଠମାଣ୍ଡୁ ଯାଇଥିଲେ । ସେତେବେଳେ ତାଙ୍କ ବୟସ ଖୁବ କମ ଥିଲା ଏବଂ ଚଳଚ୍ଚିତ୍ର ଦୁନିଆଁରେ ସେ ନୂଆ ଥିଲେ । ତେବେ ସେମାନଙ୍କ ମଧ୍ୟରେ ସଂପର୍କ ଯୋଡିବାରେ ଏହି ଚଚ୍ଚିତ୍ର ପ୍ରମୁଖ ଭୂମିକା ନେଇଥିଲା । ଯଦିଓ ବିଭିନ୍ନ କାରଣରୁ ତାହା ମୁକ୍ତିଲାଭ କରିପାରିଲା ନାହିଁ । ସୋମିଙ୍କୁ ଶେଷଥର ପାଇଁ ୧୯୯୭ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଚୁପ୍‍’ରେ ଦେଖିବାକୁ ମିଳିଥିଲା । ସେଥିରେ ଜିତେନ୍ଦ୍ର ଏବଂ ଓମ ପୁରୀ ଅଭିନୟ କରିଥିଲେ । ନିଜ ପିଲାଦିନ ସମ୍ପର୍କରେ ପ୍ରକାଶ କରି ସୋମି କହିଛନ୍ତି, ତାଙ୍କୁ ୫ ଓ ୯ ବର୍ଷ ବୟସ ହୋଇଥିବାବେଳେ ସେ ପାକିସ୍ତାନରେ ଯୌନ ଉତ୍ପୀଡନର ଶିକାର ହୋଇଥିଲେ । ୧୪ ବର୍ଷ ବୟସ୍କରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଦୀର୍ଘ ୧୪ ବର୍ଷ ହେଲା ସେ ନିଜର ଏକ ସ୍ୱେଚ୍ଛାସେବୀ ସଂସ୍ଥା ‘ନୋ ମୋର ଟିଅର୍ସ’ ପରିଚାଳନା କରୁଛନ୍ତି । ଏହି ସଂଗଠନ ଦୁଷ୍କର୍ମ ଏବଂ ଘରୋଇ ହିଂସାର ଶିକାର ହେଉଥିବା ମହିଳାଙ୍କ ନିର୍ଯାତନା ଦୁଃଖ ସର୍ବସମ୍ମୁଖକୁ ଆଣି ସେମାନଙ୍କୁ ନ୍ୟାୟ ଦେବା ଦିଗରେ କାର୍ଯ୍ୟ କରୁଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories