www.samajalive.in
Wednesday, December 10, 2025
18.1 C
Bhubaneswar

ଏମାନେ ଆମ୍ବ ଖାଇବା ଅନୁଚିତ୍

ଫଳର ରାଜା ଆମ୍ବକୁ ଅଧିକ ଲୋକ ଖାଇବାକୁ ପସନ୍ଦ କରିଥାଆନ୍ତି। ଆମ୍ବରେ ଭିଟାମିନ-ଏ, କପର, ଆଇରନ ଓ ପୋଟାସିୟମ ଭରପୂର ମାତ୍ରାରେ ରହିଛି। କିନ୍ତୁ ଆମ୍ବ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ। ଆମ୍ବ ଖାଇବା ଦ୍ବାରା ଅନେକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ତେଣୁ ଆମ୍ବ ଯୋଗୁଁ ହେଉଥିବା କ୍ଷତି ବିଷୟରେ ସଚେତନ ହେବା ଆବଶ୍ୟକ। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..
ପୋଷକ ତତ୍ତ୍ବରେ ଭରପୂର ଆମ୍ବର ଅନେକ ଲାଭଦାୟକ ଗୁଣ ରହିଛି। କିନ୍ତୁ ଅନେକ ବ୍ୟକ୍ତିଙ୍କ ପାଇଁ ଏହାର କ୍ଷତିକାରକ ହୋଇଥାଏ। ଏହାଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ଉତ୍ପନ୍ନ ହୋଇଥାଏ। ତେଣୁ ଆମ୍ବକୁ ଅଧିକ ପରିମାଣରେ ଖାଆନ୍ତୁ ନାହିଁ।
ଅଧିକ ମାତ୍ରାରେ ଆମ୍ବ ଖାଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ବେଳେ ବେଳେ ଅନେକଙ୍କର ଫୁଡ ପଏଜନିଂ ସମସ୍ୟା ହୋଇଥାଏ।
ଆମ୍ବର ଡେମ୍ଫର ଆଗ ଛିଣ୍ଡାଇବା ବେଳେ ଏକ ତରଳ ଦ୍ରବ୍ୟ ବାହାରି ଥାଏ। ତାହାକୁ ଠିକ ଭାବେ ସଫା ନ କରି ଖାଇବା ଦ୍ବାରା ମୁହଁ କୁଣ୍ଡାଇ ହୋଇ ଫଳି ଯାଏ। ଏହାସହ ଦାନ୍ତରେ ସମସ୍ୟା ମଧ୍ୟ ହୋଇଥାଏ।
କିଛି ବ୍ୟକ୍ତିଙ୍କ ଆମ୍ବ ଠାରୁ ଦୂରେଇ ରହିବା ଉଚିତ। ସେମାନେ ହେଲେ :
ସାଇନସ୍ ରୋଗ ଥିବା ବ୍ୟକ୍ତିମାନେ ଯଥା ସମ୍ଭବ ଆମ୍ବ ସେବନ ନ କରିବା ଉଚିତ।
ଆଣ୍ଠୁଗଣ୍ଠି ବିନ୍ଧା ହେଉଥିବା ବ୍ୟକ୍ତିମାନେ ଆମ୍ବ ଖାଇବା ଅନୁଚିତ।
ଓଜନ କମ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ କେବେ ବି ଆମ୍ବ ଖାଆନ୍ତୁ ନାହିଁ।
ମଧୁମେହ ରୋଗୀମାନେ ଆମ୍ବ ଖାଇବା ବର୍ଜନୀୟ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories