www.samajalive.in
Thursday, December 11, 2025
15.1 C
Bhubaneswar

କୁକୁରଙ୍କ ସୁରକ୍ଷାରେ ହ୍ୟାରିପୋଟର୍ ଡାନିଏଲ୍

ଏକ ସାକ୍ଷାତ୍‌କାରରେ ଡାନିଏଲ୍‌ ରାଡକ୍ଲିଫ୍ କହିଥିଲେ, ଆଜି ମଧ୍ୟ ସାଙ୍ଗସାଥୀ ଗହଣରେ ସେ ହ୍ୟାରିପୋଟର ନାମରେ ଲୋକପ୍ରିୟ। ତାଙ୍କର ଅଧିକାଂଶ ସାଙ୍ଗ ହ୍ୟାରି.ପି ନାମରେ ଫୋନ୍‌ କଣ୍ଟାକ୍ଟସ୍‌ରେ ତାଙ୍କ ନାମ ରଖିଛନ୍ତି। ୩୧ ବର୍ଷୀୟ ଡାନିଏଲ୍‌ ଆଶା ରଖିଛନ୍ତି, ଯଦି ଭବିଷ୍ୟତରେ କେବେ ହ୍ୟାରିପୋଟର୍‌ର ଆଗାମୀ ସିରିଜ୍‌ ତିଆରି କରାଯିବ, ସେଥିରେ ମଧ୍ୟ ତାଙ୍କୁ ସୁଯୋଗ ମିଳିବ। ହଲିଉଡର ଏଇ ଚର୍ଚ୍ଚିତ କଳାକାର ଗଣମାଧ୍ୟମଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତି। ତାଙ୍କ ମତ ହେଲା, ସେ କହୁଥିବା ସ୍ପଷ୍ଟ କଥାକୁ ଭିନ୍ନଶୈଳୀରେ ପ୍ରକାଶ କରାଯାଏ। ବାଦବିବାଦକୁ ପସନ୍ଦ କରୁନଥିବା ଡାନିଏଲ୍‌ ନିଜର ଏଇ ମତକୁ ଉଦାହରଣ ଜରିଆରେ କହିଥିଲେ ମଧ୍ୟ। ୨୦୧୫ର ଘଟଣା, ଚଳଚ୍ଚିତ୍ର ଟ୍ରେନ୍‌ରେକ୍‌ର ସୁଟିଂ ବ୍ରିସବେନ୍‌ରେ ଚାଲିଥାଏ। ଏଇ ଦୃଶ୍ୟରେ ଡାନିଏଲ୍ ଅଣ୍ଟାରେ ବେଲ୍ଟ ବାନ୍ଧିଥିବାବେଳେ ସେଥିରେ ୧୦-୧୨ଟି କୁକୁରଙ୍କ ଚେନ୍‌ ଖଞ୍ଜା ହୋଇଥାଏ। ଉପସ୍ଥିତ ଲୋକ ମଧ୍ୟ ଏଇ ଦୃଶ୍ୟ ଦେଖୁଥାନ୍ତି, ପରେ ଏହା ଏକ ଚଳଚ୍ଚିତ୍ରର ସୁଟିଂ ବୋଲି ସମସ୍ତେ ଜାଣିଲେ। ହେଲେ ବ୍ରିଟେନ୍‌ର ଏକ ନ୍ୟୁଜ୍ ସାଇଟ୍‌ ଏଇ କଥାକୁ ଭିନ୍ନ ଭାବେ ଉପସ୍ଥାପନ କଲା। ପ୍ରଶଂସକଙ୍କଠାରୁ ଦୂରେଇ ରହିବା ପାଇଁ ଡାନିଏଲ୍ ଆଜିକାଲି ୧୦ଟି କୁକୁର ସୁରକ୍ଷାରେ ବୁଲୁଥିବାର ନ୍ୟୁଜ୍‌ ସାଇଟ୍‌ର ଉପସ୍ଥାପକ କହିଲେ। ଡାନିଏଲ୍‌ ଖବରଟି ଦେଖିବା ପରେ କ’ଣ ପ୍ରତିକ୍ରିୟା ଦେବେ, ପ୍ରଥମେ ଜାଣିପାରିନଥିଲେ। ଏହା ପରଠାରୁ ସେ ନିଷ୍ପତ୍ତି ନେଲେ ଯଥାସମ୍ଭବ ଗଣମାଧ୍ୟମଠାରୁ ଦୂରେଇ ରହିବା ଉଚିତ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories