www.samajalive.in
Sunday, December 14, 2025
15.1 C
Bhubaneswar

କେରଳ ବନ୍ୟା: ପୋଷା କୁକୁର ଯୋଗୁଁ ବଞ୍ଚିଗଲେ ପରିବାର

କୋଚି: କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ଏକ ପରିବାରକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛି ତାଙ୍କର ପୋଷା କୁକୁର। ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଇଡୁକି ଜିଲାର କାଞ୍ଜିକୁଝି ଗ୍ରାମରେ ରହୁଥିବା ମୋହନାନ ପି. ଙ୍କ ପରିବାର ଏକ ବହୁତଳ କୋଠାରେ ରହୁଥିଲେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗୁରୁବାର ପ୍ରାୟ ରାତି ୩ଟା ବେଳେ ତାଙ୍କ ପୋଷା କୁକୁର ‘ରକି’ ଭୁକିବାକୁ ଲାଗିଲା। ରାତିରେ କୌଣସି ଅଜଣା ବ୍ୟକ୍ତିଙ୍କୁ ଦେଖି ତାଙ୍କ କୁକୁର ଭୁକି ଥିବ ବୋଲି ଭାବି ପରିବାର ଲୋକେ ଗୁରୁତ୍ୱ ଦେଇ ନଥିଲେ। କିନ୍ତୁ କ୍ରମଶଃ ‘ରକି’ର ସ୍ୱରରେ ଏକ ଅସ୍ୱାଭାବିକ ପରିବର୍ତ୍ତନ ଶୁଣିବାକୁ ମିଳିଥିଲା। ଏଥିସହିତ ଭୁକିବାର ଶବ୍ଦ କ୍ରମଶଃ ଅଧିକ ହେବାରେ ଲାଗିଲା। ଏହାପରେ କିଛି ଗୋଟାଏ ଘଟଣା ନିଶ୍ଚିତ ଘଟିଛି ଭାବି ମୋହନାନ୍‍ ବାହାରକୁ ଯିବା ପରେ ଯାହା ଦେଖିଲେ ସେଥିରେ ତାଙ୍କ ବୁଦ୍ଧି ହଜିଗଲା। ସେତେବେଳକୁ ପରିବାର ଲୋକେ ନିଶ୍ଚିତ ମୃତ୍ୟୁର ଦ୍ୱାରଦେଶରେ ଠିଆ ହୋଇଥିଲେ। ଭୂସ୍ଖଳନ ଯୋଗୁଁ ତାଙ୍କର କୋଠ ଭୁଶୁଡ଼ିବା ଆରମ୍ଭ ହୋଇଥିଲା। ପରିବାର ଲୋକେ ପ୍ରାଣମୂର୍ଚ୍ଛା ଦୌଡ଼ି ଘରୁ ବାହାରକୁ ଚାଲି ଆସିବାର ମାତ୍ର କିଛି ସେକେଣ୍ଟ ମଧ୍ୟରେ କୋଠାଟି ଭୁଶୁଡ଼ି ପଡ଼ିଥିଲା।
ପୋଷା କୁକୁର ଯୋଗୁଁ ନିଜେ ସିନା ନିଜର ପରିବାରକୁ ବଞ୍ଚାଇ ଦେଲେ କିନ୍ତୁ କୋଠାରେ ରହୁଥିବା ଅନ୍ୟ ପରିବାରକୁ ବଞ୍ଚାଇ ପାରିଲେନି ମୋହନାନ୍‍। ପେରିୟାର ନଦୀ କୂଳରେ ଥିବା ଉକ୍ତ କୋଠାର ଉପର ମହଲାରେ ମାତ୍ର କିଛି ଦିନ ତଳେ ଆସି ରହିଥିବା ଏକ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories