www.samajalive.in
Monday, December 8, 2025
14.1 C
Bhubaneswar

‘ଦିପାବଳୀ’ପର୍ବର ପୌରାଣିକ ମହତ୍ତ୍ୱ

ରାତି ପାହିଲେ ଆଲୋକ ପର୍ବ ଦୀପାବଳି। ଦୀପାବଳି ପାଳନ କରାଯିବାର ପୌରାଣିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ଦିନ ମା’ଲକ୍ଷ୍ମୀ ଓ ଗଣେଶଙ୍କର ମଧ୍ୟ ବିଶେଷ ପୂଜାର୍ଚ୍ଚନା କରାଯାଏ। ହିନ୍ଦୁମାନଙ୍କର ପ୍ରସିଦ୍ଧ ମଧ୍ୟରୁ ଏହା ଗୋଟିଏ। ‘ଦିପାବଳୀ’ର ଅର୍ଥ ହେଉଛି ଦୀପମାନଙ୍କର ମାଳା ବା ଦୀପମାନଙ୍କର କଡ଼ୀ। ଏହା ହେଉଛି ଆଲୋକ ପର୍ବ। ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ। ଏହି ଦିନ ଗୃହକୁ , ବ୍ୟବସାୟ ସ୍ଥାନକୁ ଖୁବ ସୁ୍‍ନ୍ଦର ଭାବେ ସଜାଯାଏ। ସମସ୍ତ ସ୍ଥାନ ମାନଙ୍କରେ ଦୀପ ଏବଂ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ଲଗାଯାଇ ଚତୁଃପାଶ୍ୱର୍କୁ ଆଲୋକରେ ଆଲୋକିତ କରାଯାଇଥାଏ।
ଦିପାବଳୀ ପାଳନ କରିବାର ଏକ ମୁଖ୍ୟ କାରଣ ରହିଛି।
ଏହି ଦିନରେ ମା’ଭଗବତୀ, ମା’ଲକ୍ଷ୍ମୀ ଏବଂ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଧାର୍ମିକ ମହତ୍ୱ ଅନୁଯାୟୀ ଏହି ଦିନରେ ମା’ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ କ୍ଷୀରସାଗରରୁ ପ୍ରକଟ ହୋଇଥିଲେ। ତେଣୁ ଏହି ଦିନରେ ମା’ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ମା’ ସଭିଁଙ୍କ ଉପରେ ନିଜର କୃପା କରିଥାଆନ୍ତି। ଏତଦ୍‍ ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ର ମା’ସୀତା ଓ ଲକ୍ଷ୍ମଣଙ୍କ ସହ ୧୪ବର୍ଷର ବନବାସ ସାରି ଏହି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ଖୁସିର ପ୍ରତୀକ ସ୍ୱରୂପରେ ଅଯୋଧ୍ୟାବାସୀ ତେଲରେ ଦୀପ ଲଗାଇ ଆଲୋକତ୍ସବ ପାଳନ କରିଥିଲେ। ଏହି କାରଣରୁ ଆଲୋକର ପର୍ବ ଭାବେ ଦୀପାବଳିକୁ ପାଳନ କରାଯାଏ।
ଏହାକୁ ସଭିଏଁ ବେଶ ଆଗ୍ରହର ସହ ପାଳନ କରିବା ସହ ପରସ୍ପରକୁ ଶୁଭକାମନା ଜଣାଇଥାଆନ୍ତି। ଏହି ସମସ୍ତ କାରଣରୁ ଏହି ପର୍ବକୁ ଖୁବ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories