www.samajalive.in
Monday, December 8, 2025
13.1 C
Bhubaneswar

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତି ଉଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସଭାଗୃହଠାରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସମାପ୍ତ ଉଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ସ୍ଵାକ୍ଷରତା ଏବଂ ସଚେତନତା ଅଭାବରୁ ବାଲ୍ୟ ବିବାହ ପରି କଳଙ୍କିତ ପ୍ରଥା ଆଜିର ଦିନରେ କାୟମ ରହିଛି। ପରମ୍ପରା, ଜାତି ଓ ଧର୍ମ ନାମ ଦେଇ ଅଳ୍ପ ବୟସରେ କିଶୋର କିଶୋରୀମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଏକ ଅନିଶ୍ଚିତ ଜୀବନ ପାଇଁ ବାଧ୍ୟ କରୁଛନ୍ତି ପିତା, ମାତା ଓ ପରିବାର ଲୋକେ। ତେବେ ଏହିଭଳି କଳଙ୍କିତ ପ୍ରଥାର ବିଲୋପ ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।

ଆସନ୍ତା ୨୦୨୪ ମସିହା ସୁଦ୍ଧା ଜିଲାରେ କିଶୋରୀମାନଙ୍କୁ ସଶକ୍ତିକରଣ କରାଯାଇ ଶିଶୁମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତି ଉଦେଶ୍ୟରେ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଓ ୧୯୮ଟି ଗ୍ରାମପଞ୍ଚାୟତ ମାନଙ୍କରେ ଶିଶୁ ସୁରକ୍ଷା କମିଟି ଏବଂ ବାଲ୍ୟ ବିବାହ ଟାସ୍କ ଫୋର୍ସ ଗଠନ ହୋଇଥିବା ସୂଚନା ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମେହେର ନିଶା ବେଗମ ୨୦୨୦ ବର୍ଷରେ ଜିଲ୍ଲାରେ ମୋଟ ୭୪ ଗୋଟି ବାଲ୍ୟବିବାହକୁ ବନ୍ଦ କରିଥିବା କହିଥିଲେ। ଏଥିସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମଗୁଡିକରେ ସଚେତନତା କାର୍ୟ୍ୟକ୍ରମ ଚାଲୁଥିବା ସୂଚନା ଦେଇଥିଲେ। ବିବାହର ସମାପ୍ତି ଉଦେଶ୍ୟରେ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ୟ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ।

- Advertisement -

ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ, ଜିଲ୍ଲା ସହ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସୁକାନ୍ତ ଶତପଥୀ, ଜିଲ୍ଲା ପଂଚାୟତ ଅଧିକାରୀ ଶିଶିର କୁମାର ପାଣି, ଡ଼ିଏସପି ଚନ୍ଦ୍ରଶେଖର ହୋତା, ଜିଲ୍ଲା ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ଦିବାକର ବାହୁକ, ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା, ଜିଲ୍ଲା ବାଲ୍ୟ ବିବାହ ଅଧିକାରୀ ତଥା ସିଡିପିଓ, ଚାଇଲଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଏବଂ ବାଲ୍ୟ ବିବାହକୁ ରୋକିବା ଦିଗରେ ନିଜ ନିଜର ମତାମତ ରଖିଥିଲେ। ଶେଷରେ ପାପଡାହାଣ୍ଡି ସିଡିପିଓ ଗୀତାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories