www.samajalive.in
Wednesday, December 10, 2025
26.1 C
Bhubaneswar

ଜିଲା ସ୍ୱାସ୍ଥ୍ୟ ମିଶନର କରୋନା ଦୁର୍ନୀତି : ବାଇକ୍‌ ନମ୍ବରରେ ଆମ୍ବୁଲାନ୍ସ ଅର୍ଥ ଲୁଟ୍‌

କଟକ : କଟକ ଜିଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କରୋନା ରୋଗୀଙ୍କ ଚିକିତ୍ସା ଆଳରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ ନାଁରେ ବାଇକ ନମ୍ବର ପକାଇ ସ୍ବାସ୍ଥ୍ୟ ମିଶନ ଅଧିକାରୀ ସରାରୀ ରାଜକୋଷରୁ ବିପୁଳ ଅର୍ଥ ଲୁଟି ନେଇଛନ୍ତି। କେବଳ ଗୋଟିଏ ବାଇକ ନୁହେଁ, ଏକାଧିକ ବାଇକ ନମ୍ବର ଦେଇ ଆମ୍ବୁଲାନ୍ସ ନାଁରେ ରୋଗୀ ଡାକ୍ତରଖାନାକୁ ବୁହାହୋଇଛନ୍ତି। ମାସ ମାସ ଧରି ଏମିତି ଏକାଧିକ ବାଇକ ଚାଳକ ଦୈନିକ ତେଲ କୁପନ ଓ ୧୫୦୦ ଲେଖାଏଁ ଟଙ୍କା ସ୍ବାସ୍ଥ୍ୟ ବିଭାଗ ଆକାଉଣ୍ଟରୁ ଉଠାଇ ନିଆଯାଇଛି। କଟକ ଜିଲା ସ୍ୱାସ୍ଥ୍ୟ ମିଶନର କେତେକ ଅଧିକାରୀ ମିଳିମିଶି ସରକାରୀ ରାଜକୋଷରୁ ମନଇଚ୍ଛା ଅର୍ଥ ଖର୍ଚ୍ଚ କରିଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ୨୦୨୦ ମାର୍ଚ୍ଚରୁ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା। କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର କରୋନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବା ସହିତ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ। କଟକ ଜିଲାରେ ଜିଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କରୋନା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧାସୁଯୋଗ ପ୍ରଦାନ କରାଯାଇଥିଲା। ୨୦୨୦ ଜୁଲାଇରୁ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସଂକ୍ରମିତଙ୍କୁ ଘରୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସୁବିଧା ହୋଇଥିଲା। ୨୦୨୦ ଜୁଲାଇରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ଏହି ସେବା ଉପଲବ୍ଧ କରାଯାଇଥିଲା। ପ୍ରାୟ ୮୦ଟି ଊର୍ଦ୍ଧ୍ବ ଗାଡି କରୋନା ରୋଗୀଙ୍କ ସେବାରେ ରହିଥିଲେ। ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରତି ଗାଡିକୁ ଦୈନିକ ୧୦ଲିଟର ତେଲ( ପେଟ୍ରୋଲ/ଡିଜେଲ) ସହିତ ୧୫୦୦ଟଙ୍କା ପ୍ରଦାନ କରାଯାଇଥିଲା। ତେଲ ପାଇଁ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରତି ଗାଡି ଚାଳକଙ୍କୁ ଏକ ସ୍ୱତନ୍ତ୍ର କୁପନ ଦିଆଯାଉଥିଲା। ତେଲ ଓ ପ୍ରାପ୍ୟ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଜଣେ ସୂଚନା ଅଧିକାର
କର୍ମୀ ସୂଚନା ଆଇନ ବଳରେ ସ୍ୱାସ୍ଥ୍ୟ ମିଶନକୁ ତଥ୍ୟ ମାଗିଥିଲେ। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ୨୦୨୦ ଜୁଲାଇରୁ ୨୦୨୨ ମାର୍ଚ୍ଚ ମଧ୍ୟରେ କରୋନା ସଂକ୍ରମିତଙ୍କୁ ଡାକ୍ତରଖାନା ନେବା ପାଇଁ ଘରୋଇ ଆମ୍ବୁଲାନ୍ସ ବ୍ୟବହାର କରାଯାଇଥିଲା। ଆମ୍ବୁଲାନ୍ସ ନାଁରେ ଦୁଇଚକିଆ ଗାଡି ନମ୍ବର ଦେଇ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍‍ କରାଯାଇଛି। ଏକାଧିକ ବାଇକରେ କରୋନା ରୋଗୀ ଡାକ୍ତରଖାନାକୁ ନିଆଯାଇଛି। କେତେକ ବାଇକ ଚାଳକଙ୍କୁ ଦୈନିକ ଭତ୍ତା ଦିଆଯାଇଥିବାବେଳେ କେତେକ ବାଇକ ଚାଳକଙ୍କୁ ୧୦ଲିଟରର ତେଲ କୁପନ ଦିଆଯାଇଛି। ODO5AQ9896, ODO5AQ307,ODO5F2616, ODO5AJ3189(ଟିଭିଏସ ଏକ୍ସସେଲ), ODO5AK3189, ORO2BA6642(ଟିଭିଏସ ସ୍କୁଟି) ଏମିତି ଏକାଧିକ ବାଇକରେ ରୋଗୀ ବୁହା ହୋଇଥିବା ଦର୍ଶାଯାଇ ସ୍ୱାସ୍ଥ୍ୟ ମିଶନ ଅଧିକାରୀ ସରକାରୀ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍‍ କରିନେଇଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ, ବାଇକରେ ତେଲ ପକାଇବା ଓ ଦୈନିକ ୧୫୦୦ଟଙ୍କା ନେଇଥିବା ଗାଡିଚାଳକମାନେ ସ୍ୱାସ୍ଥ୍ୟ ମିଶନର ଜନୈକ ଅଧିକାରୀଙ୍କୁ ଗୁଗଲ ଓ ଫୋନ ପେରେ ଅର୍ଥ ପଠାଇଥିବା ନେଇ ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଗଲେ ଘଟଣାର ସତ୍ୟତା ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ପାଇନଥିବା କହିଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories