www.samajalive.in
Friday, December 5, 2025
23.1 C
Bhubaneswar

ନୂତନ ସବ୍-ରେଜିଷ୍ଟ୍ରାର ଘୋଷଣା : ରାୟଗଡ଼ାରେ ଅସନ୍ତୋଷ

ରାୟଗଡ଼ା :  ରାଜ୍ୟରେ ସାଧାରଣ ଲୋକେ ଜମିଜମା ବାବଦରେ ଅସୁବିଧା ସମ୍ମୁଖିନ ନହେବାକୁ ୧୩ଟି ଜିଲ୍ଲାର ୪୪ଟି ତହସିଲ କାର୍ଯ୍ୟାଳୟରେ ସବ୍-ରେଜିଷ୍ଟ୍ରାର୍ ଅଫିସ ଖୋଲିବା ସହ ତହସିଲଦାର ମାନଙ୍କୁ  ସବ୍-ରେଜିଷ୍ଟ୍ରାର କ୍ଷମତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି ।

ଘୋଷଣା ହୋଇଥିବା ୪୪ଟି ନୂଆ ସବ ରେଜିଷ୍ଟ୍ରାର ଅଫିସ ମଧ୍ୟରେ ରାୟଗଡା ଜିଲ୍ଲାର ପଦ୍ମପୁର, ରାମନାଗୁଡା ଏବଂ କଲ୍ୟାଣସିଂହପୁର ତହସିଲ ରହିଛି । ଯାହାକୁ ସେ ଅଞ୍ଚଳର ବାସିନ୍ଦା ସ୍ଵାଗତ କରିବା ସହ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । କିନ୍ତୁ ପୂର୍ବ ସରକାରରେ ସବ ରେଜିଷ୍ଟ୍ରାର ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜିଲ୍ଲାର ୭ଟି ତହସିଲ ମଧ୍ୟରୁ ମୁନିଗୁଡା, ଚନ୍ଦ୍ରପୁର, କୋଲନରା, ଗୁଡାରୀକୁ ଏଥିରେ ବାଦ ଦିଆଯାଇଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଯାଇଛି । ଏହା ଉପରେ ରାଜ୍ୟ ସରକାର  ପୁନର୍ବିଚାର ନକଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସୀ।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories