www.samajalive.in
Friday, December 5, 2025
23.1 C
Bhubaneswar

କଟକ କୋଠା ଭୁଷୁଡ଼ିବା ଘଟଣାରେ ୨୪ ଘଣ୍ଟାରେ ରିପୋର୍ଟ ମାଗିଲେ ଜିଲ୍ଲାପାଳ

ସମାଜ ଲାଇଭ୍ ଡେସ୍କ : କଟକ ମଣିସାହୁ ଛକରେ କୋଠାଭାଙ୍ଗି ୩ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଲେ ଜିଲାପାଳ । ୨୪ ଘଣ୍ଟାରେ ଘଟଣାର ରିପୋର୍ଟ ଦେବାକୁ କଟକ ମହାନଗର ନିଗମ ଆୟୁକ୍ତ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ ହୋଇଛି । ବେଆଇନ୍ ନିର୍ମାଣାର ତଥ୍ୟ ଦେବାକୁ ଯାଇ କହିଛନ୍ତି ଯେ ଏହାର ତଦନ୍ତ କରାଯିବ ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାକି ଅସୁରକ୍ଷିତ ବିଲ୍ଟିଂ ଭଙ୍ଗା ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ତେବେ ଅସୁରକ୍ଷିତ ବିଲ୍ଡିଂ ଭଙ୍ଗାଯିବା ନେଇ ନଗର ଉଡ଼୍ନୟନ ମନ୍ତ୍ରୀ ସୂଚନା ଦେଇଥିଲେ ।

ଏଠାରେ ସୂଚନା ଥାଉକି ଗତ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ମଣିସାହୁ ଛକରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନୀ ଛାତ ଭୁଶୁଡ଼ି ତଳେ ଥିବା ଏକ ଆଜବେଷ୍ଟସ ଘର ଉପରେ ଖସି ପଡ଼ିଥିଲା । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । କୋଠାଟି ବହୁ ପୁରୁଣା ହୋଇଥିବାରୁ ଏପରି ଘଟିଲା ବୋଲି କୁହାଯାଉଛି । ଦୁର୍ଘଟଣା ପରେ ସହରରେ ଥିବା ବିପଦସଙ୍କୁଳ କୋଠାକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରି ବିପଦସଙ୍କୁଳ ଘୋଷଣା କରିବାକୁ ଦାବି ହୋଇଛି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories