ମୁମ୍ବଇ : ବିବାଦୀୟ ରିଆଲିଟି ସୋ’ ବିଗ ବସ ୧୨ର ଫାଇନାଲ ଅଭିନେତ୍ରୀ ଦିପୀକା କକର ଇବ୍ରାହିମ ଜିତିଛନ୍ତି। ଏହି ପ୍ରତିଯୋଗିତାରେ କ୍ରିକେଟର ଶ୍ରୀସନ୍ତ ପ୍ରଥମ ରନର୍ସ ଅପ ହୋଇଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ କଡା ଟକ୍କର ଦେବା ପରେ ଦୀପିକା ଏହି ସୋ’ର ବିଜେତା ହୋଇଛନ୍ତି। ସୋ’ର ଫାଇନାଲରେ ୫ ଜଣ ପ୍ରତିଯୋଗୀ ରହିଥିଲେ। ଦୀପିକା ଓ ଶ୍ରୀସନ୍ତ ସୋ’ର ଶେଷ ପ୍ରଯାୟ ପର୍ଯ୍ୟନ୍ତ ଯାଇଥିଲେ। ସୋ’ର ନିୟମ ଅନୁସାରେ ଉପସ୍ଥାପକ ସଲମନ ଉଭୟ ଶ୍ରୀସନ୍ତ ଓ ଦୀପିକାଙ୍କ ହାତ ଧରିଥିଲେ। କିନ୍ତୁ ପରେ ବିଜେତା ଦୀପିକାଙ୍କ ହାତ ଉପରକୁ ଟେକିଥିଲେ।
ସେହିପରି ଦୀପିକା ଓ ଶ୍ରୀସନ୍ତ ସୋ’ରେ ଭାଇଭଉଣୀ ଭାବେ ଏକ ନୂଆ ସମ୍ପର୍କ ସ୍ଥାପନ କରିଥିଲେ। ଯାହାକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଥିଲା। ଚଳିତ ବର୍ଷ ସୋ’ରେ ଶ୍ରୀସନ୍ତଙ୍କୁ ନେଇ ଅଧିକା ଚର୍ଚ୍ଚା ଲାଗି ରହିଥିଲା। ୩ ମାସ ଧରି ଚାଲିଥିବା ଏହି ସୋ’କୁ ବହୁ ଲୋକ ଦେଖିଥିବା ଜଣାପଡିଛି।
ଦୀପିକା କକର ଇବ୍ରାହିମ ଜିତିଲେ ବିଗ ବସ-୧୨
Popular Categories



