www.samajalive.in
Monday, December 8, 2025
14.1 C
Bhubaneswar

ପୁରୀ କୃଷ୍ଣପ୍ରସାଦ ବ୍ଲକର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ ହେଉ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ବିକାଶ ତଥା ଉତ୍ତମ ଯୋଗାଯୋଗ ସ୍ଥାପନ କରିବା ପାଇଁ ପଞ୍ଚମ ଶ୍ରେଣୀ ଛାତ୍ର ରିଶପ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକ ପତ୍ର ଲେଖିଛନ୍ତି। ଏହି ପତ୍ର ଆଧାରରେ ଶ୍ରୀ ପ୍ରଧାନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ହ୍ରଦର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ଏବଂ ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ବ୍ରିଜ୍ନି ର୍ମାଣ କରିବା ଉପରେ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୃଥକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୃଷ୍ଣପ୍ରସାଦ ଅଞ୍ଚଳର ରିଶପ ପ୍ରଧାନ ନିଜ ପିତାମାତାଙ୍କ ସହଯୋଗରେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଏକ ଆବେଦନ ପତ୍ର ମୋତେ ପଠାଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, କୃଷପ୍ରସାଦ ବ୍ଲକର ୯୬ଟି ଗାଁ କେବଳ ପାଣି ଜରିଆରେ ପୁରୀ ମୁଖ୍ୟାଳୟ ସହ ସଂଯୋଗ ସ୍ଥାପନା କରୁଛି। ଯେଉଁ କାରଣରୁ ଜରୁରୀକାଳୀନ ସମୟରେ ଦୈନିକ ଯାତାୟତ କରୁଥିବା ଲୋକ, ଶିଶୁ, ମହିଳା ଏବଂ ବୃଦ୍ଧମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ହ୍ରଦର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ପାଇଁ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

 

- Advertisement -

ସରକାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ବ୍ରିଜ୍ ନିର୍ମାଣ କରିବା ଉଚିତ୍। ଏହା ବିଚ୍ଛିନ୍ନାଂଚଳ ଗୁଡିକୁ ମୁଖ୍ୟ ସ୍ରୋତ ସହ ଯୋଡିବ ଏବଂ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସହାୟକ ହେବ ବୋଲି ଉଲ୍ଲେଖ ରହିଛି।
ଏହାକୁ ଦୃଷ୍ଟିରେ ରଖି ପୁରୀ କୃଷ୍ଣପ୍ରସାଦ ବ୍ଲକର କଲ୍ୟାଣ ଦୃଷ୍ଟିରୁ ଏହି ମାମଲା ଉପରେ ଦୃଷ୍ଟି ଦେବା ସହ ସଠିକ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories