www.samajalive.in
Tuesday, December 9, 2025
16.1 C
Bhubaneswar

କୁଖ୍ୟାତ ଅପରରଧୀ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଗିରଫ, ସୂଚନା ଦେଲେ ପୁଲିସ କମିଶନର

ଭୁବନେଶ୍ବର : କଟକ ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ସେକ୍ ହାଇଦରଙ୍କୁ ଆଜି କମିଶନରେଟ୍‌ ପୁଲିସ ପକ୍ଷରୁ ଗିରଫ କରାଯାଇଛି। ହାଇଦରଙ୍କୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଆଜି ସନ୍ଧ୍ୟାରେରେ କମିଶନରେଟ୍‌ ପୁଲିସ ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି। ତେଲେଙ୍ଗାନା ପୁଲିସ ସହାୟତାରେ ହାଇଦରଙ୍କୁ ଓଡ଼ିଶା ପୁଲିସ ଗିରଫ କରିବାରେ ସଫଳ ହୋଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
କମିଶନରେଟ୍‌ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ କଟକ ଏସ୍‌ସିବି ମେଡ଼ିକାଲ୍‌ରୁରୁ ଫେରାର୍ ହୋଇଥିବା ସେକ୍‌ ହାଇଦାରଙ୍କୁ କମିଶନରରେଟ୍‌ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଧରିଛି। କମିଶନରେଟ୍‌ ପୁଲିସ ଓ କଟକ ପୁଲିସଙ୍କୁ ସଫଳତା ମିଳିଛି। ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ହାଇଦରଙ୍କୁ ଗିରଫ କରିଛି। ଖୁବ୍‌ ଶୀଘ୍ର ତାଙ୍କୁ ଭୁବନେଶ୍ବର ଅଣାଯିବ। ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲାରୁ ହାଇଦରଙ୍କୁ ଗିରଫ କରାଯାଇଛି। ଆଜି ସନ୍ଧ୍ୟାରେ କଟକ ପୁଲିସ ତେଲେଙ୍ଗାନା ପୁଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଛି।


କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ସେକ୍‌ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରୁ ଫେରାର୍ ହୋଇଯାଇ ଥିଲା। ଏହାରି ଭିତରେ ତା’ର ପୁରୁଣା ସହଯୋଗୀ ୟାକୁବ ପୁଲିସ୍ ଆଗରେ ଆତ୍ମସମର୍ପଣ କରି ଥିଲା । କିନ୍ତୁ ହାଇଦର କେଉଁଠି ଥିଲା ତା’ର ପତ୍ତା ମିଳୁ ନଥିଲା। ହାଇଦର ଚମ୍ପଟ ମାରିବା ନେଇ ଅନେକ ପ୍ରଶ୍ନ ଉଠିଥିଲା।
ହାଇଦରର ସମ୍ପର୍କୀୟ ହିଁ ତା’ର ଫେରାର୍ ପାଇଁ ରଚିଥିଲେ ବିରାଟ ଷଡଯନ୍ତ୍ର। ଏମାନଙ୍କ ମଧ୍ୟରେ ପୁଅ, ଭାଇ, ଶଳା ଓ ପୁତୁରାଙ୍କ ସମେତ ଆଉ କିଛି ଘନିଷ୍ଠ ସମ୍ପର୍କୀୟ ସାମିଲ୍ ଥିବା ସୂଚନା ଆସିଥିଲା। ଏ ନେଇ ମଙ୍ଗଳାବାଗ ଥାନାରେ ଦିଆଯାଇଥିବା ଏଫଆଇଆରରୁ ସ୍ପଷ୍ଟ ହୋଇଥିଲା। ଶନିବାର ଏସସିବି ସର୍ଜରୀ ୱାର୍ଡରେ ହାଇଦର ରହୁଥିବା କ୍ୟାବିନ ନମ୍ବର-୫ରେ ସୁରକ୍ଷା ଦାୟିତ୍ୱରେ ଥିବା ଖୋଦ୍ ପୁଲିସ କନଷ୍ଟେବଲ ମହମ୍ମଦ ମୌସିମ୍ ଏଫଆଇଆରରେ ଲେଖିଥିଲେ। ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ ପୁଲିସ ଏସକର୍ଟରେ କଟକ ଅଣାଯାଇଥିଲା। ଚିକିତ୍ସା ସମୟରେ ହାଇଦରଙ୍କ ପାଖକୁ ତା ପୁଅ, ଭାଇ କାଳିଆ, ପୁତୁରା କାଲା, ଶଳା ଓ ଜ୍ୱାଇଁ ପ୍ରମୁଖ କ୍ୟାବିନରେ ଦେଖା କରି କଥା ହେଉଥିଲେ।

- Advertisement -


ଗତ ଶନିବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କନଷ୍ଟେବଲ ଜଣକ ପହରା ଡ୍ୟୁଟି କରୁଥିବାବେଳେ ମଧ୍ୟ ହାଇଦରଙ୍କ ପରିବାର ଲୋକେ ହାଇଦର ପାଖକୁ ଆସିବା ସହ ହଠାତ୍ ତାଙ୍କ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇଥିଲେ। ଯାହାଫଳରେ ସେ ଅଚେତ ହୋଇଯିବାରୁ ଅଧିକ କିଛି ଜାଣିପାରିନଥିବା ମୌସିମ୍ ଅଭିଯୋଗ କରିଥିଲେ। ଫଳରେ ତାଙ୍କ ଅଚେତର ସୁଯୋଗ ନେଇ ହାଇଦର ଖସି ପଳାଇଥିବା ଏତଲାରେ ମୌସିମ୍ ଉଲ୍ଲେଖ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ।

ହାଇଦରଙ୍କୁ ଗିରଫ କରାଯିବା ପରେ ଟ୍ବିଟ୍‌ ଯୋଗେ ଡିଜିପି ଅଭୟ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିସିପି ପ୍ରତୀକ ସିଂହଙ୍କୁ ଉଚ୍ଚ ପ୍ରଶଂସା  କରିଛନ୍ତି। କମିଶନରେଟ୍‌ ପୁଲିସ ଓ କଟକ ପୁଲିସଙ୍କ ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପ୍ରଶଂସା କରିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories