www.samajalive.in
Tuesday, December 9, 2025
16.1 C
Bhubaneswar

କେନ୍ଦ୍ର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବାତିଲ: ଆସିଲେନି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ଅନେକ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ପ୍ରଦାନ କରୁଥିବା ବେଳେ ଅନେକ ସ୍ଥାନରେ ତାହା ଅଧାରେ ଅଟକି ରହିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଅତିଥି ଭବନରେ ଗେଲ୍‍, ଏନ୍‍ଏଚ୍‍ଏଆଇର ବିଭିନ୍ନ ଅଧିକାରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ସମୀକ୍ଷା ବୈଠକ ପାଇଁ ଡକାଇଥିଲେ। ତେବେ ସମୀକ୍ଷା ବୈଠକକୁ ମୁଖ୍ୟଶାସନ ସଚିବ ଆସିନଥିଲେ। ଫଳରେ ସମୀକ୍ଷା ବୈଠକ ବାତିଲ ହୋଇଥିଲା। ସମୀକ୍ଷା ବୈଠକକୁ ରାଜ୍ୟର ଅଧିକାରୀମାନେ ନ ଆସିବା ସମସ୍ତଙ୍କୁ ଚକିତ କରିଛି ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ପ୍ରକୃତ କଥା ହେଉଛି ରାଜ୍ୟ ସରକାର ଓଡ଼ିଶାର ବିକାଶ ଓ ଉନ୍ନତି ଚାହୁଁନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ବିବରଣୀ ପ୍ରଦାନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟ ସରକାରଙ୍କ ସହଯୋଗ ଅଭାବରୁ ୧ଲକ୍ଷ ୩୬ ହଜାର ୪୧୭କୋଟିର କେନ୍ଦ୍ରୀୟ ପ୍ରକଳ୍ପ ଅଟକି ରହିଛି। ସେ କହିଛନ୍ତି ଯେ, ପେଟ୍ରୋଲିୟମ କ୍ଷେତ୍ରରେ ସର୍ବାଧିକ ୫୧, ୩୯୫ କୋଟିର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥିବା ବେଳେ ସଡକ ପରିବହନରେ ୫୬, ୫୬୩ , ରେଲବାଇରେ ୧୨, ୨୮୬ କୋଟି ଏବଂ ସ୍ୱାସ୍ଥ୍ୟରେ ୫୬୦ କୋଟି ଟଙ୍କା ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ୨୦୧୭ ପରେ ୪୪ଟି ଚିଠି ଲେଖାଯାଇଲେ ମଧ୍ୟ ଗୋଟିଏ ଚିଠିର ପ୍ରାପ୍ତି ସ୍ୱୀକାର ମିଳିଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories