କଲକାତା : ଆତଙ୍କବାଦର ମୁକାବିଲା କରିବା କ୍ଷେତ୍ରରେ ୟୁରୋପୀୟ ସଂଘ ଦୃଢ଼ ଭାବେ ଭାରତକୁ ସମର୍ଥନ କରୁଛି ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛି । କଲକାତାଠାରେ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ତୋମାଜ୍ କଜ୍ରୋସ୍କି ଏହା କହିଛନ୍ତି । ଭାରତ ଆତଙ୍କବାଦ ବିରୋଧରେ ଯେଉଁ ଲଢ଼ାଇ କରୁଛି, ତାଙ୍କ ସଙ୍ଗଠନର ସେଥିପ୍ରତି ସଂପୂର୍ଣ୍ଣ ସହଯୋଗ ରହିଛି ବୋଲି ସେ କହିଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇରେ ସମସ୍ତେ ସହଯୋଗ କରିବା ସହ ଏହା ପଛରେ ଥିବା ଉଦ୍ଦେଶ୍ୟକୁ ପ୍ରତିହତ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି ।
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମ୍ପର୍କରେ ମତାମତ ଦେଇ ସେ କହିଛନ୍ତି ଯେ, ଏହି ଘଟଣା ପଛରେ ଥିବା ଜୈସ୍-ଏ-ମହମ୍ମଦ ଓ ଲସ୍ପର-ଇ-ତୋଇବା ସମେତ ଏକାଧିକ ସଙ୍ଗଠନକୁ ୟୁରୋପୀୟ ସଂଘ, ଆତଙ୍କବାଦୀ ସଙ୍ଗଠନ ଭାବେ ତାଲିକାଭୁକ୍ତ କରିଛି।



