www.samajalive.in
Friday, December 12, 2025
19.1 C
Bhubaneswar

ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତି କାର୍ଯ୍ୟ ପୁନର୍ବାର ଆରମ୍ଭ : ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତିକରଣ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବାର ନିଷ୍ପତି ନେଇ ପତ୍ରର ଅନୁରୋଧକୁ ରକ୍ଷା କରିଥିବାରୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତି ନରେନ୍ଦ୍ର ମୋଦିଙ୍କ ଓଡିଶା ତଥା ଓଡିଶା ଲୋକଙ୍କର ବିକାଶ ପାଇଁ ଥିବା ପ୍ରତିବଦ୍ଧତାର ପ୍ରମାଣ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।  ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅନୁଗୁଳ ଆଲୁମିନିୟମ୍‍ ପାର୍କ ପ୍ରକଳ୍ପରେ ଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ତଥା ଏହାକୁ ତ୍ୱରିତ ଭାବରେ ପୂର୍ଣ୍ଣ କରାଯିବା ପାଇଁ ପୁଣି ଧ୍ୟାନ ଦିଆଯାଇଛି। ନାଲକୋ ଏବଂ ଓଡିଶା ଶିଳ୍ପ ଭିତିଭୂମି ବିକାଶ ଉଦ୍ୟୋଗ ମିଳିତ ଉଦ୍ୟମରେ ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଆଶା କରାଯାଉଛି। ଏହି ପ୍ରକଳ୍ପ ପାଇଁ ମୋଟ ୯୯.୬୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ଓ ଏଥିପାଇଁ ୩୩.୪୪ କୋଟି ଟଙ୍କା କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡିଶାର ଆଲୁମିନିୟମ ଶିଳ୍ପରେ ଅଭିବୃଦ୍ଧି ଘଟିବ। ଏହାବ୍ୟତିତ ରାଜ୍ୟର ଖଣିଜ କ୍ଷେତ୍ରର ବିକାଶ ହେବା ସହ ରାଜ୍ୟର ରାଜସ୍ୱ ବଢିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ବର ୦୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତିକରଣ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଗୋଏଲ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ସେ ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଅନ୍ତଃଦେଶୀୟ ଶିଳ୍ପ ବିକାଶ (ଏମ୍‍ଆଇଆଇୟୁଏସ) ଯୋଜନା ଅନ୍ତର୍ଗତ ଯୋଜନାରେ ମଞ୍ଜୁର ହୋଇଥିଲା। ଏଥିପାଇଁ କ୍ରିୟାନ୍ୱୟନ ସଂସ୍ଥା ଭାବରେ ଅନୁଗୁଳ ପାର୍କ ପ୍ରାଇଭେଟ ଲିମିଟେଡ୍‍(ଏଏପିପିଏଲ) ଗଠନ କରାଯାଇଥିଲା। ମାତ୍ର ନଭେମ୍ବର ୨୦୧୮ରେ ଏହି ପ୍ରକଳ୍ପ କ୍ରିୟାନ୍ୱୟନରେ ଶିଥିଳତା ଦର୍ଶାଇ ଏହି ପ୍ରକଳ୍ପକୁ ବନ୍ଦ କରିଦିଆଯାଇଥିଲା। ମାତ୍ର ଆଜି ଦିନରେ କେନ୍ଦ୍ର ସରକାରଙ୍କର ଓଡିଶା ଭଳି ରାଜ୍ୟର ଖଣିଜ କ୍ଷେତ୍ରର ବିକାଶ ମାଧ୍ୟମରେ ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି। ଏହି ପ୍ରସଙ୍ଗରେ ଏହି ପ୍ରକଳ୍ପକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଏହି ପତ୍ରରେ ଅନୁରୋଧ କରଥିଲେି। ଏହାବ୍ୟତିତ ଏମଆଇଆଇୟୁଏସ ଅଧୀନରେ ଅନୁଗୁଳ ଠାରେ ଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ଫେରାଇ ନନେବା ପାଇଁ ମଧ୍ୟ ସେ ସହଯୋଗ ଲୋଡିଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories