www.samajalive.in
Saturday, December 6, 2025
19.1 C
Bhubaneswar

ସାର ବୋଝେଇ ଟ୍ରକ ଜବତ; ବିପୁଳ ପରିମାଣର ସାର ଜବତ

ଧର୍ମଗଡ଼: ଆମପାଣି ପୁଲିସ ଦ୍ବାରା ଏକ ସାର ବୋଝେଇ ଟ୍ରକ ଜବତ ହୋଇଛି । ଓଡି ୨୪-ଜି ୮୭୯୨ ନମ୍ବର ବିଶିଷ୍ଟ ଟ୍ରକଟି ସାର ନେଇ ନବରଙ୍ଗପୁର ଜିଲ୍ଲା ଯାଉଥିବା ବେଳେ ରାତ୍ରୀକାଳୀନ ପାଟ୍ରୋଲିଂ ଦାୟିତ୍ଵରେ ଥିବା ପୁଲିସ ଟ୍ରକ୍‌ଟିକୁ ଅଟକାଇଥିଲା । ଗାଡ଼ିରେ ଥିବା ନସିରୁଦ୍ଦିନ ନାମକ ଜନୈକ ଡ୍ରାଇଭର କୌଣସି କାଗଜପତ୍ର ଦେଖେଇ ନପାରିବାରୁ ପୁଲିସ ଗାଡିଟିକୁ ଅଟକ ରଖି ସକାଳେ କୃଷି ବିଭାଗକୁ ସୂଚନା ଦେଇଥିଲା । କୃଷି ଅଧିକାରୀମାନେ ଆମପାଣି ଯାଇ ଯାଞ୍ଚ କରିଥିଲେ ।

ଯାଞ୍ଚ ସମୟରେ ଗାଡିରୁ ୩୧୪ ବସ୍ତା ଇଫକୋ ୟୁରିଆ,୩୦ବସ୍ତା ଆଇପିଏଲ ୟୁରିଆ ଏବଂ ୬ବସ୍ତା ମାଟ୍ରିକ ଡକ୍ଟର ସଫଳ ୟୁରିଆ ଥିବା ଜଣାପଡିଛି। ତେବେ ରାତି ୯ଟାରୁ ଅପରାହ୍ନ ୩ଟା ବିତିଯାଇଥିଲେ ବି କେବଳ ଡ୍ରାଇଭରର ନାଁ ଓ ବସ୍ତା ସଂଖ୍ୟା ବ୍ୟତୀତ ସାର କେଉଁ ଠାରୁ ଆସୁଥିଲା ? କାହା ଗୋଦାମରୁ ଆସୁଥିଲା ? କାହା ନାଁରେ କେଉଁଠାକୁ ଯାଉଥିଲା ? ସଂପୃକ୍ତ ସାର ବ୍ୟବସାୟୀଙ୍କ ଜିଲ୍ଲା ବାହାରକୁ ସାର ପରିବହନ ଅନୁମତି ଅଛି କି ନାହିଁ ଏନେଇ କୌଣସି ତଦନ୍ତ ହୋଇନାହିଁ ।  ଘଟଣାସ୍ଥଳରେ ଉପସ୍ଥିତ କୃଷି ଅଧିକାରୀମାନଙ୍କୁ ପଚାରିଲେ କିଛି କହୁନଥିବାବେଳେ କୃଷି ବିଭାଗ ଏତଲା ଦେବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଆମପାଣି ପୁଲିସ କହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories