ଧାମରା :ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ କାଣ୍ଡ ଗରଡି ପଞ୍ଚାୟତରେ ଚାନ୍ଦବାଲି ରାଧାକୃଷ୍ଣ ମନ୍ଦିରରୁ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା । ଗୋଟିଏ ବାଇକ୍ରେ ତିନିଜଣ ଫେରୁଥିଲେ । ଭାରସାମ୍ୟ ହରାଇ ବାଇକ୍ଟି ଏକ ଗଛକୁ ଧକ୍କା ଦେଇଥିଲା ।
ଏଥିରେ ତିନିଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଚାନ୍ଦବାଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ସେଠାରେ ସଞ୍ଜୟ ସେଠୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।



