www.samajalive.in
Monday, December 8, 2025
13.1 C
Bhubaneswar

ଋଣ ଭାର ସହି ନପାରି ଚାଷୀ ତଥା ପୂର୍ବତନ ସରପଞ୍ଚଙ୍କ ଆତ୍ମହତ୍ୟା ଅଭିଯୋଗ

ଧାମରା: ଧାମରା ଅଞ୍ଚଳରେ ଜଣେ ଚାଷୀ ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି, କରଣ ପଲ୍ଲୀ ପଂଚାୟତର ପୂର୍ଣ୍ଣଚନ୍ଦ୍ର ମାନ୍ନା ଜଣେ ଚାଷୀ ଏବଂ ବରିଷ୍ଠ କଂଗ୍ରେସ ନେତା ଭାବେ ଅଂଚଳରେ ଖ୍ୟାତି ଲାଭ କରିଥିଲେ। ଦୀର୍ଘ ଦିନ ହେବ ସେ ଚିଙ୍ଗୁଡି ଚାଷ କରି ଆସୁଥିବା ବେଳେ ଏଥିରେ ବିପୁଳ ପରିମାଣରେ କ୍ଷତି ସହି ଆସୁଥିଲେ ବୋଲି ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି। ଏହି ଚିଙ୍ଗୁଡି ଚାଷ ଏବଂ ଅନ୍ୟାନ୍ୟ ଚାଷ ପାଇଁ ସେ କୋଅପରେଟିଭ ସୋସାଇଟିଠାରୁ ଆରମ୍ଭ କରି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ପ୍ରାଇଭେଟ ବ୍ୟାଙ୍କରୁ ଋଣ ଆଣିଥିଲେ। ଦୀର୍ଘ ଦିନ ଏହି ଋଣ ଭାରରେ ଉବୁଟୁବୁ ହୋଇ କ୍ଷତି ସହିବା ପରେ ସେ ନିଜକୁ ଅସହାୟ ମନେକରି ରବିବାର ନିଜ ଘରେ ଲାଗିଥିବା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ସେ ଦୀର୍ଘ ଦିନ ହେବ ଚାଷୀ ଭାବେ ଖ୍ୟାତ ଥିବା ବେଳେ ୧୯୯୨ ମସିହାରେ ସେ କରଣପଲ୍ଲୀ ପଂଚାୟତର କଂଗ୍ରେସ ଦଳର ସରପଞ୍ଚ ଏବଂ ୨୦୦୨ ମସିହାରେ ସେ ମଧ୍ୟ ସମିତି ସଭ୍ୟ ଭାବେ ଜିତିଥିଲେ। ଅଂଚଳରେ ତାଙ୍କର ଖ୍ୟାତି ଥିବା ବେଳେ ଆଜି ତାଙ୍କର ଶେଷ ଦର୍ଶନ ପାଇଁ ଚାନ୍ଦବାଲି ବ୍ଲକର କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ, କିଣୁରାମ ଜେନା, ନରେନ୍ଦ୍ର ମାଇତି, ଦୁଃଖ ଜେନା, ପୂର୍ଣ୍ଣ ମାଝୀଙ୍କ ସହ ବିକି ମଣ୍ଡଳ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଏହି ଦୁଃସମୟରେ ତାଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ। ତାଙ୍କ ମୃତ୍ୟୁରେ ଅଂଚଳବାସୀ ଶୋକପ୍ରକାଶ କରିଛନ୍ତି। ତାଙ୍କର ଏହି ଅପମୃତ୍ୟୁକୁ ନେଇ ବାଂଶଡା ଥାନାରେ ଏକ ମାମଲା ରୁଜୁ ହୋଇଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories