www.samajalive.in
Saturday, December 6, 2025
26.1 C
Bhubaneswar

୫୨ପେଟି ମଦ ଜବତ ; ଜଣେ ଗିରଫ 

ଧାମରା : ଭଦ୍ରକ ଅବକାରୀ ବିଭାଗ ଏବଂ ବାଂଶଡା ପୁଲିସର ମିଳିତ ଚଢାଉ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଏହି ମିଳିତ ଚଢାଉରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୫୨ପେଟି ମଦ ଜବତ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅଧିନସ୍ଥ ଘଂଟେଶ୍ୱର ବଜାର ଠାରେ ଥିବା ଲେଙ୍କା ହୋଟେଲରେ ଦୀର୍ଘ ଦିନ ହେବ ଏହି ଚୋରା ମଦ ବେପାର ଚାଲି ଆସୁଥିଲା। ଏହି ଖବର ଭଦ୍ରକ ଅବକାରୀ ଆରକ୍ଷୀ ଅଧୀକ୍ଷକ , ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦେଶରେ ଆଜି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କ ଉପସ୍ଥିତିରେ ବାଂଶଡା ଥାନା ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ ସଂପୃକ୍ତ ମଦ ମାଫିଆଙ୍କ ଘରେ ଆରମ୍ଭ ହୋଇଥିଲା। ସଂପୃକ୍ତ ମଦ ମାଫିଆ ଘଂଟେଶ୍ୱର ବଜାର ଠାରେ ଥିବା ନିଜ ହୋଟେଲରେ ଏହି ମଦ ବେପାର କରି ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଆଜି ସଂପୃକ୍ତ ବ୍ୟକ୍ତି ଜଣକ ନିଜ ହୋଟେଲ ବନ୍ଦ କରିଦେଇଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ ନିଜ ଘରେ ୫୨ ପେଟି ବିଦେଶୀ ମଦ ରଖିଥିବା ବେଳେ ସମସ୍ତ ମଦକୁ ଜବତ କରାଯିବା ପରେ ଚାନ୍ଦବାଲି ତହସିଲଦାରଙ୍କ ନିର୍ଦେଶ କ୍ରମେ ଜବତ ହୋଇଥିବା ୫୨ପେଟି ମଦକୁ ଅବକାରୀ ବିଭାଗ ନିଜ ହେପାଜତକୁ ନେବା ସହ ସଂପୃକ୍ତ ବ୍ୟକ୍ତି ଜଣକୁ ଗିରଫ କରିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories