www.samajalive.in
Saturday, December 6, 2025
16.1 C
Bhubaneswar

ଯାଜପୁରରୋଡ-ଧାମରା ଓ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ବିକ୍ଷୋଭ 

ଧାମରା: ଯାଜପୁରରୋଡ-ଧାମରା ରେଳପଥକୁ ସରକାରୀ ମଞ୍ଜୁରୀ ଦିଅ ଓ ବ୍ୟୟବରାଦ କର, ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳଗାଡି ଚଳାଅ ଦାବିରେ ଯାଜପୁରରୋଡ-ଧାମରା ଓ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ଧାମରା ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଆନ୍ଦୋଳନରେ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତିର ସଭାପତି ତଥା ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତିର ସଭ୍ୟ ବିକାଶ ନାଥ, ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ସଂପାଦକ ହାକିମ ଦାସ, ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତିର ବରିଷ୍ଠ ସଭ୍ୟ କାର୍ତ୍ତିକ ଖିଲାର, ଗୌରାଙ୍ଗ ଯେନା, ମଳୟ ଭୋଇ, କାଳନ୍ଦୀ ଯତି, ଶଙ୍କର୍ଷଣ ବିଶ୍ବାଳ, ଘନଶ୍ୟାମ ଦାସ, ଦିବାକର ସେନାପତି, ଅଞ୍ଜନ ଦାସ, ଶ୍ରୀନାଥ ଦାସ, ବନ୍ଧନ ଦାସ, ବିପିନ ଦାସ, ବଂଶୀଧର ଯେନା, ସୁଶାନ୍ତ ଗାହାଣ, ତାରାକାନ୍ତ ସେଠୀ ପ୍ରମୁଖ ସାମିଲ ହୋଇ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଆନ୍ଦୋଳନ ମାଧ୍ୟମରେ ନିବେଦନ କରିଥିଲେ। ଯାତ୍ରୀବାହୀ ରେଳ ଚାଲିବା କଥା କହି ତତ୍କାଳୀନ ରାଜ୍ୟ ସରକାର ଭଦ୍ରକ-ଧାମରା ରେଳପଥ ପାଇଁ ଭଦ୍ରକ ଜିଲାବାସୀଙ୍କଠାରୁ ଶହ ଶହ ଏକର ଚାଷ ଜମି ଅଧିଗ୍ରହଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ ନ ଚାଲିବା ପରିତାପର ବିଷୟ। ସଂଗ୍ରାମ ସମିତି ପକ୍ଷରୁ ରେଳମନ୍ତ୍ରୀଙ୍କୁ ନିକଟ ଅତୀତରେ ଦାବିପତ୍ର ପ୍ରଦାନ କରାଯାଇଥିଲା, ଦିଲ୍ଲୀସ୍ଥିତ ଜନ୍ତର ମନ୍ତର ରୋଡରେ ମଧ୍ୟ ଆନ୍ଦୋଳନ ହୋଇଛି। ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ୨୦୨୫-୨୬ ବଜେଟରେ ଯାଜପୁରରୋଡ-ଧାମରା ରେଳପଥ ମଞ୍ଜୁରୀ ସହ ନିର୍ମାଣ ପାଇଁ ବ୍ୟୟବରାଦ ଓ ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ମଞ୍ଜୁରୀ ବ୍ୟବସ୍ଥା କରିବେ। କିନ୍ତୁ ଯାଜପୁରରୋଡ-ଧାମରା ରେଳପଥ ପାଇଁ ମନ୍ତ୍ରୀସ୍ତରୀୟ କମିଟିକୁ ଆଲୋଚନା ପାଇଁ କେନ୍ଦ୍ର ସରକାର ସୁପାରିଶ କରିଥିଲେ ମଧ୍ୟ ମଞ୍ଜୁରୀ ଦେଇନାହାନ୍ତି। ଉଭୟ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଭଦ୍ରକ ଜିଲାରେ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories