www.samajalive.in
Monday, December 8, 2025
14.1 C
Bhubaneswar

ଯାଜପୁରରୋଡ-ଆରଡ଼ି-ଧାମରା ରେଳପଥ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ନିର୍ଦେଶ

ଧାମରା: ଯାଜପୁର ରୋଡ- ଆରଡି-ଧାମରା ରେଳପଥ ନିର୍ମାଣ ପାଇଁ ବହୁ ଦିନ ହେବ ଦାବୀ ହୋଇ ଆସୁଥିଲା। ଏହି ରେଳପଥ ନିର୍ମାଣ ପାଇଁ ଅଂଚଳବାସୀ ଦାବୀ କରିବା ସହ ବହୁ ସମୟରେ ଦିଲ୍ଲୀ, ଭୁବନେଶ୍ୱର ଏବଂ ଧାମରା ବନ୍ଦର ଗେଟ ଆଗରେ ରେଳରୋକ କରିବା ସହ କେନ୍ଦ୍ର ସରକାରଙ୍କ ଉଦ୍ୱେଶରେ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ରେଳପଥ ପାଇଁ ଫାଇନାଲ ଲୋକେସନ ସର୍ଭେ କରିବାକୁ ଇଷ୍ଟକୋଷ୍ଟ ରେଳବିଭାଗକୁ ନିର୍ଦେଶ ଦିଆଯାଇଛି। ଯାଜପୁର ରୋଡ-ଧାମରା ପ୍ରସ୍ଥାବିତ ରେଳପଥ ଯାହାକି ଧାମରା ବାଣିଜ୍ୟିକ ବନ୍ଦର ,ଧାମରା ମାଛଧରା ବନ୍ଦର, ଆରଡି ଆଖଣ୍ଡଳମଣି ତୀର୍ଥକ୍ଷେତ୍ର, ବିରଜା ତୀିର୍ଥକ୍ଷେତ୍ର, ଏବଂ ଯାଜପୁରର କଳିଙ୍ଗ ନଗରଶିଳ୍ପାଞ୍ଚଳ, ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥଳୀକୁ ସଂଯୋଗ କରିବ। ଏଥିସହ ଏହି ରେଳପଥ ନିର୍ମାଣ ହେଲେ ଭଦ୍ରକ-କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଓ ପ୍ରତିରକ୍ଷା ବିଭାଗ ଅଧିନରେ ଥିବା ହ୍ୱିଲର ଦ୍ୱିପପୁଞ୍ଜର ଗୁରୁତ୍ୱ ବଢ଼ିବା ସଂଗେ ସଂଗେ ପର୍ଯ୍ୟଟନ, ପରିବହନ ଓ ଗମନାଗମନ କ୍ଷେତ୍ରରେ ବହୁ ସୁବିଧା ଉପଲବ୍ଧ ହେବ ବୋଲି ମତ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଏହି ରେଳପଥରେ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଥିଲା। ଏହି ନୂତନ ରେଳପଥ ୯୬କି.ମି ଦୈର୍ଘ୍ୟ ବିଶିଷ୍ଟ ହୋଇଥିବା ବେଳେ ଏହି ରେଳପଥ ଯାଜପୁର କେଉଁଝର ରୋଡରୁ ବାହାରି ଯାଜପୁର ଏବଂ ଆରଡ଼ି ହୋଇ ଧାମରା ବନ୍ଦରକୁ ଯୋଡିହେବ। ଏହି ଫାଇନାଲ ଲୋକେସନ ସର୍ଭେ ପାଇଁ ଆସିଥିବା ଚିଠି ପାଇବା ପରେ ଅଂଚଳରେ ସାଧାରଣ ଜନତାଙ୍କ ମନରେ ଖୁସିରେ ଲହରି ଖେଳିଯାଇଛି। ଏଥିପାଇଁ ସେମାନେ ପୂର୍ବତନ ରେଳମନ୍ତୀ ତଥା ବର୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଭାରତୀୟ ମଜଦୁର ସଂଘର ଚନ୍ଦ୍ର ଶେଖର ଜେନା, ମନୋଜ ଲେଙ୍କା, ସମାଜସେବୀ ନରହରି ମଲ୍ଲିକ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ରାଧା ଦାସ, ମଳୟ ଭୋଇ, ଛାତ୍ର ନେତା ବିକାଶ ନାଥ, ଯୁବ ନେତା ବିଷ୍ଣୁ ଦାଶ,ଦୀପକ ଦାସ, ବିପ୍ଳବ ଜେନା, ଧାମରା ମତ୍ସ୍ୟଜିବୀ ସଂଘର ସମ୍ପାଦକ ପ୍ରଫୁଲ୍ଲ ଜେନା, କଂଗ୍ରେସ ନେତା ନରେନ୍ଦ୍ର ମାଇତି ,ଉମେଶ ମହାକୁଡ, ସୁରେନ୍ଦ୍ର ଜେନା, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପାଢ଼ୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଜେନ୍ଦ୍ର ପାତ୍ର, ବରିଷ୍ଠ ବାମପନ୍ଥୀ ନେତା ନବଘନ ସେନାପତି , ଧାମରା ଅଂଚଳର ବିଭିନ୍ନ ପଂଚାୟତର ସମସ୍ତ ବାସିନ୍ଦା ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories