www.samajalive.in
Friday, December 12, 2025
19.1 C
Bhubaneswar

ଗୋମାଂସକୁ କେନ୍ଦ୍ର କରି ସଙ୍ଘବଦ୍ଧ ହତ୍ୟା ଘଟଣା: ୬ ଗିରଫ 

ଦେବଗଡ଼:ଦେବଗଡ ଜିଲ୍ଲା ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ଗତ ବୁଧବାର ସଙ୍ଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ସଙ୍ଘବଦ୍ଧ ଆକ୍ରମଣରେ ତେରେଣ୍ଡାକଟା ଗ୍ରାମର କିଶୋର ମେହେରଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦେଇଜୁରୀ ଗ୍ରାମର ଗୌତମ ନାଏକ ଆହତ ହୋଇଛନ୍ତି। ଗୌତମ ଏବଂ କିଶୋର ଅନ୍ୟ କିଛି ସହଯୋଗୀଙ୍କ ସହିତ କେନ୍ଦେଇଜୁରୀ ଗ୍ରାମରେ ଗୋମାଂସ କାଟୁଥିଲେ। ସୂଚନା ପାଇ କେନ୍ଦେଇଜୁରୀ ଗ୍ରାମବାସୀ ଚଢଉ କରିବା ସହିତ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କିଶୋରଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ରିଆମାଳ ଥାନାରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ସାଇଂଟିଫିକ ଟିମ ସହିତ ଘଟଣାସ୍ଥଳରେ ତଦନ୍ତ କରିଥିଲା। ଏହି ଘଟଣାରେ ଆଜି ୬ ଜଣ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ କେନ୍ଦେଇଜୁରୀ ଗ୍ରାମର ପ୍ରଭାତ ସାହୁ, ଘନଶ୍ୟାମ ପ୍ରଧାନ, ଗଜାନନ କଲେତ, କୁମରମଣୀ କାଲୋ, ସୁରେଶ କିସାନ ଏବଂ ମହେନ୍ଦ୍ରପୁର ଗ୍ରାମର ଦୀପକ ବେହେରା ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories