www.samajalive.in
Friday, November 14, 2025
18.1 C
Bhubaneswar

ଅଗ୍ନିକାଣ୍ଡରେ ଜଳିଗଲା ଘର, ସହାୟତା ଦାବୀ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ବହଲି ଗାଁ ଜୈନିକ ବ୍ୟକ୍ତିଙ୍କ ଘର ଅଗ୍ନିକାଣ୍ଡରେ ଜଳି ଛାରଖାର ହୋଇଯାଇଥିବା ଜଣାପଡିଛି। ଶୁକ୍ରବାର ସକାଳରେ ଗାଁର ଚନ୍ଦ୍ରଭାନୁ ପୋଢ଼ଙ୍କ ବାସ ଘରେ ନିଆଁ ଲାଗିଯାଇଥିଲା ଫଳରେ ଘରଟି ସମ୍ପୁର୍ଣ୍ଣ ଭାବରେ ଜଳିଯାଇଥିଲା। ଗାଁ ଲୋକଙ୍କ କହିବା ଅନୁସାରେ ଘରେ ରୋଷେଇ କରୁଥିବା ସମୟରେ ନିଅଁ ଲାଗିଯାଇଥିଲା। ଘରଭିତରେ ଥିବା ତିରିଶି ବସ୍ତା ଧାନ, ଚାଉଳ, ପନିପରିବା ଓ ପିନ୍ଧିବା ବସ୍ତ୍ର ସହିତ ବହୁତ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦେଓଗାଁ ଅଗ୍ନିସମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁରେ ଘର ପୋଡ଼ି ପାଉଁଶ ହୋଇଥିବା ବ୍ୟକ୍ତି ଜଣକ ଦୀନ ମଜୁରିଆ ଓ ଗରିବ ଶ୍ରଣୀର ହୋଇ ଥିବାରୁ ମାନସିକ ଚିନ୍ତାରେ ଅଛନ୍ତି। ଏଣୁ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

ନୂଆପଡା ଜନାଦେଶ : ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍

ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ...

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

ବିହାର ମତଗଣନା: ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଏନଡ଼ିଏ, ବହୁତ ପଛରେ ମହାଗଠବନ୍ଧନ

ଡେସ୍କ: ବିହାର ବିଧାନସଭା ନିର୍ବାଚନ-୨୦୨୫ରେ ୧୯୫୧ ପରଠାରୁ ମତଦାନ ରେକର୍ଡ ଭାଙ୍ଗିଛି।...

ବିହାରରେ ଏନଡିଏକୁ ଦୁଇ ତୃତୀୟାଂଶ ସିଟ୍, ବିଜେପି ନେତା କହିଲେ ଆଗକୁ ପଶ୍ଚିମବଙ୍ଗ ମଧ୍ୟ ଜିତିବୁ

ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି।...

ତୃତୀୟ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୪୩୭୦ ଭୋଟ୍

ନୂଆପଡା: ନୂଆପଡା ଉପନିର୍ବାଚନ ଫଳାଫଳ । ବର୍ତ୍ତମାନ୍ ସୁଦ୍ଧା ବିଜେପି ପ୍ରାର୍ଥୀ...

Related Articles

Popular Categories