www.samajalive.in
Saturday, December 6, 2025
26.1 C
Bhubaneswar

ଉଦଯାପିତ ହେଲା ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ

ଦେଓଗାଁ: ଦେଓଗାଁ ବ୍ଳକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ପୁରୁଣାପାଣି ନିକଟରେ ଥିବା‌ ସୁଲିଆ ପାହାଡ଼ର ପାଦ ଦେଶରେ ୧୯ତମ ଶିବ ବିବାହ ଉପଲକ୍ଷେ ଚାଲିଥିବା ଦ୍ବିତୀୟ ବାର୍ଷିକ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ ଗୁରୁବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନେ କଳା ପ୍ରଦର୍ଶନକରିଥିବା ବେଳେ ତୁଷୁରାର ସାନ ବଡ଼ ଘୁଡୁକା ନାଚ ଲୋକଙ୍କୁ ବେଶ ମନ ମୁଗ୍ଧ କରିଥିଲା। ଏହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଜନସମାଗମ ଲାଗି ରହିଥିଲା। ଚାରି ଦିନ ଧରି ସିନ୍ଧୁ ନରେଶ ମହାରାଜ ଜଳନ୍ଧର ନିଜର ଦରବାର ବସାଇ ରାଜ ଅତିଥି ମାନଙ୍କ ଠାରୁ ନେଉଥିଲେ ମତ, କରାଉଥିଲେ ସମାଧାନ। ପୌରଣିକ କଥା ବସ୍ତୁ ଉପରେ ଆୟୋଜିତ ହେଉଥିଲା ଜଳନ୍ଧର ଦରବାର। ଯେଉଁଥି ସ୍ୱର୍ଗପୁରକୁ ଆକ୍ରମଣ, ବୃନ୍ଧାବତୀଙ୍କୁ ବିବାହ  ନାଟକ ଅନୁଷ୍ଠିତ ହୋଇଥିଲା। ଶେଷ ଦିନର ସାଂସ୍କୃତିକ ସଭାକୁ ବଲାଙ୍ଗୀର ଟାଙ୍ଗିଆ ଜାମ ଗୋପାଳ ଚନ୍ଦ୍ର ହୋତା, ଦେଓଗାଁ ବ୍ଳକ ବିଧାୟକ ପ୍ରତିନିଧି କାନ୍ତେଶ୍ୱର ପଧାନ, ଉପରଝର ପେକ୍ସ ସଭାପତି କପିଳେଶ୍ୱର ନାଏକ ପ୍ରମୁଖ ଯୋଗଦେଇ ଜଳନ୍ଧରଙ୍କ ସମ୍ମୁଖରେ ମତ ରଖିଥିଲେ। ମହୋତ୍ସବ ପରିଚାଳନା କମିଟିର ସମ୍ପାଦକ ସଂଯୋଜନା କରିଥିବା ବେଳେ ସଭାପତି ଚକ୍ରଧର ମଲ୍ଲିକ ଧନ୍ୟବାଦ ଦେଇଥିଲେ। ବରିଷ୍ଠ କଳାକାର ଫଟକାରା ଗାଁର ଅନୀଲ ନାଏକ ଜଳନ୍ଧର ଭୂମିକାରେ ନିଖୁଣ ଅଭିନୟ କରିଥିଲେ। ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ସାଂସ୍କୃତିକ ଦଳର କଳାକାର ମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ। ଆଞ୍ଚଳିକ ଶୀତଳଷଷ୍ଠି ମହୋତ୍ସବ କମିଟି ଦେଓଗାଁ ବ୍ଳକର ମକୁନ୍ଦପୁର, କୁଲତାପଡ଼ା ଅର୍ଜୁନପୁର, ଘୁଡ଼ଖାପଲା, ବଡ଼ବାହାଲ ଓ ଗୌଡ଼ଗୋଠ ସହ ପୁଇଁନ୍ତଳା ବ୍ଲକର ମହିମୁଣ୍ଡା ଏବଂ ଆଠଗାଁ ମୋଟ ୮ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କମିଟି ପକ୍ଷରୁ ଆୟୋଜିତ ହେଉଥିଲା। ଚାରିଦିନ ଧରି ଏହି ମହୋତ୍ସବରେ ପ୍ରବଳ ଜନସମାଗମ ଦେଖାଯାଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories