www.samajalive.in
Sunday, December 7, 2025
14.1 C
Bhubaneswar

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଅଗ୍ନିଶମବାହିନୀ

ଦେଓଗାଁ : ଦେଓଗାଁ ଥାନା ଅନ୍ତର୍ଗତ କୁଠୁର୍ଲାର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଭର ହେଡ ପାଣି ଟାଙ୍କି ଉପରକୁ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଶ୍ୱାସରୁଦ୍ଧ ଅବସ୍ଥାରେ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି ଯୁବକ ଜଣକ ସ୍କୁଲ ପଛପଟ ରେ ଥିବା ପିଇବା ପାଣି ଟାଙ୍କି ଉପରକୁ ଚଢି କଭର ଖୋଲି ଭିତରକୁ ପଶି ଲକ କରି ଦେଇଥିଲେ । ଏହି ଘଟଣା ଜଣାପଡିବା ପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଏହା ପଛରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଘଟଣା ଜଣାପଡିବାର ଦୁଇ ଘଣ୍ଟା ପରେ ଶ୍ୱାସରୁଦ୍ଧ ଅବସ୍ଥାରେ ଦେଓଗାଁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଦେଓଗାଁ ସରକାରୀ ହସ୍ପିଟାଲକୁ ନେଇଛି। ଉଦ୍ଧାର ହୋଇଥିବା ଯୁବକ କୁଠୁର୍ଲାର ପିଣ୍ଟୁ ହରପାଳ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଦେଓଗାଁ ପୁଲିସ ପହଞ୍ଚି ତଦନ୍ତ କରୁଛି । ଉଦ୍ଧାର ହୋଇଥିବା ଯୁବକଙ୍କ ସ୍ୱାସ୍ଥ୍ୟଅବସ୍ଥା ଠିକ ଥିବା ସୂଚନା ମିଳିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories