www.samajalive.in
Saturday, December 6, 2025
26.1 C
Bhubaneswar

ସାକାର ହେବ ସ୍ୱପ୍ନ ; ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ,ସୋନଗଡ଼ରେ ହେବ ବ୍ୟାରେଜ

ଦେଓଗାଁ: ଦେଓଗାଁ ବ୍ଳକର ଦେଷଣ୍ଢ ନିକଟରୁ ପ୍ରଭାବିତ ହେଉଥିବା ସୋନଗଡ଼ ନଦୀ ଉପରେ ୨୩ ବର୍ଷ ମଧ୍ୟରେ ୧୩ଟି ବ୍ରିଜ ନିର୍ମାଣ ସରିବା ପରେ ଚାଷ ଓ ପାନୀୟ ଜଳ ବ୍ୟବହାରକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନଗଡ଼ ନଦୀର ସିଲେଟକାନୀ ସିକୁଆଁ ଠାରେ ୪୯ କୋଟି ଟଙ୍କାରେ ଏକ ନଦୀ ଗର୍ଭ ଜଳାଶୟ ହେବ ବୋଲି ଅର୍ଥ ମଞ୍ଜୁରୀ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସୋନଗଡ଼ ବ୍ୟାରେଜ ସ୍ୱମନ୍ଵୟ କମିଟି ସଭାପତି ଲକ୍ଷଣ ମେହେର। ଶ୍ରୀ ମେହେର ଦେଓଗାଁ ସୋନଗଡ଼ ନଦୀ ଖଣ୍ଡିରେ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ୪୯ କୋଟି ଟଙ୍କାକୁ ମଞ୍ଜୁର କରିଥିବା ବେଳେ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ଖୁବ ଶୀଘ୍ର ଆହୁରି ୫୬ କୋଟି ଟଙ୍କା ଯୋଗାଇ ଦିଆଯିବ। ଏହା କାର୍ଯ୍ୟକାରୀ ହେଲେ ବଲାଙ୍ଗୀର, ଗୁଡ଼ଭେଳା ,ଦେଓଗାଁ ବ୍ଳକର ୨୩ ଖଣ୍ଡ ଗାଁର ୨୧୨୧ ହେକ୍ଟର ଜମିରେ ଖରିପ ଚାଷ ପାଇଁ ପାଣି ମାଡିବ। ଗତ କିଛି ମାସ ତଳେ ଦେଓଗାଁ ବ୍ଳକ ଗସ୍ତରେ ଆସିଥିବା ୫ଟି ସଚିବ ଙ୍କୁ ବ୍ୟାରେଜ ନିର୍ମାଣ ପାଇଁ ଅନେକେ ଚାଷୀ ଦାବିପତ୍ର ଦେଇଥିଲେ ।
ସୂଚନା ଯୋଗ୍ୟ ଯେ, ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ହେଲେ ଦେଓଗାଁ ବ୍ଳକର ୨୦ଟି ଗାଁ ଯଥା ବନ୍ଧପଡ଼ା, ଅନ୍ତର୍ଲା, ପିପିଲପଦର, ଅଫାମରା, ସାରସମାଲ, ସିଲେଟକାନୀ, ବଡ଼ବନ୍ଧ, କୁରୁଆଁଝର, ସିକୁଆଁ, ଗାଈବାହାଲ, ଅର୍ଡ଼ା, ମୁରସିଂ, ସାରସବାହାଲ, କୁତୁର୍ଲା, ଦେଓଗାଁ, କଛାରପାଲି, ହାତୀସରା, ଚନ୍ଦ୍ରପୁର, ଜରାସିଂହା, ସାଲେପାଲି ଏବଂ ବଲାଙ୍ଗୀର ସଦର ବ୍ଳକର ୬ଟି ଗାଁ ଯଥା କୁଠୁର୍ଲା, ଭୁତିଆବହାଲ, ନୁନିଆଁଢ଼ିପା, ଶିରିଶ, କୁଡ଼ାସିଂହା, ନାରାୟଣପୁର ଓ ଗୁଡ଼ଭେଲା ବ୍ଳକର ୬ଟି ଗାଁ ଯଥା ଟେବଡ଼ାମୁଣ୍ଡା, ସିନ୍ଦିରାବାହାଲି, ସରଗଡ଼ା, ଲିଖରିଆ, ତୁଷୁରା, ଚାଣ୍ଟିପଦର ମୋଟ ୩୪ଟି ଗାଁର ଲୋକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାନୀୟ ଜଳ ପାଇପାରିବେ। ଏହାସହ ୨୧୨୧ ହେକ୍ଟର ଜମିରେ ପାଣି ମାଡ଼ିବ ଓ ଚାଷ ହେବ ବୋଲି ଆକଳନ କରାଯାଇଛି ।
ବର୍ତ୍ତମାନ ଏହି ନଦୀରୁ ଦେଓଗାଁ ବ୍ଳକର ୨୦ରୁ ଅଧିକ ଗାଁକୁ ପାନୀୟ ଜଳ ଯୋଗାଣ କରାଯାଇଛି। ବିଭିନ୍ନ ଗାଁରେ ୨୫ରୁ ଅଧିକ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ବ୍ୟବସ୍ଥା କରାଯାଇଛି। କ୍ରମଶଃ ବୃଷ୍ଟିପାତ କମ, ଜନସଂଖ୍ୟା ବୃଦ୍ଧି ଯୋଗୁଁ ନଦୀ ପାଣିର ଆବଶ୍ୟକତା ଅଧିକରୁ ଅଧିକ ଯୋଗୁଁ ସୋନଗଡ଼ ନଦୀ ମଧ୍ୟ ଶୁଖିବାରେ ଲାଗିଛି। ଦୀର୍ଘ ୨୦ ବର୍ଷ ହେଲା ଏହି ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବା ପାଇଁ ଦାବୀ । ୧୦ ବର୍ଷ ପୂର୍ବରୁ ସୋନଗଡ଼ ନଦୀରେ ୭ଟି ବ୍ୟାରେଜ ନିର୍ମାଣ କରିବାକୁ ରାଜ୍ୟ ଜଳସେଚନ ବିଭାଗର ତତକାଳୀନ ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଳ୍ଲବ ମହାପାତ୍ର କଛାରପାଲି ବ୍ରିଜ, ଜରାସିଂହା, ସାଲେପାଲି, ସିକୁଆଁ, ସିଲେଟକାନୀ, ଅତର୍ଲା ଓ ସାରସମାଲ ୭ଟି ବ୍ରିଜ ନିକଟରେ ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ ପାଇଁ ସର୍ଭେ କରିଥିଲେ। ବ୍ୟାରେଜ ନିର୍ମାଣ କରିବାକୁ ସରକାର ଅର୍ଥ ଯୋଗାଇ ଦେଇଥିବାର ଜଣାପଡିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories