www.samajalive.in
Sunday, December 7, 2025
26.1 C
Bhubaneswar

ସାମ୍ନାକୁ ଆସିଲା ଦେଶର ପ୍ରଥମ ବାର୍ଡ଼ ଫ୍ଲୁ ଜନିତ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ହରିୟାଣାର ଜଣେ ୧୧ ବର୍ଷୀୟ ବାଳକ H5N1 ଭୂତାଣୁ ବା ବାର୍ଡ଼ ଫ୍ଲୁରେ ସଂକ୍ରମିତ ହୋଇ ମଙ୍ଗଳବାର ପ୍ରାଣ ହରାଇଛନ୍ତି। ଭାରତରେ ମଣିଷଙ୍କ ମଧ୍ୟରେ H5N1 ଭୂତାଣୁ ଚିହ୍ନଟ ହେବାର ଏହା ହେଉଛି ପ୍ରଥମ ମାମଲା ଏବଂ ବର୍ଷର ପ୍ରଥମ ବାର୍ଡ଼ ଫ୍ଲୁ ଜନିତ ମୃତ୍ୟୁ ବୋଲି କୁହାଯାଉଛି। ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଏହି ନାବାଳକଙ୍କ ମୃତ୍ୟୁ ଘଟିଛି। H5N1 ଭୂତାଣୁ ପକ୍ଷୀ କିମ୍ୱା କୁକୁଡ଼ାଙ୍କ ଦେହରେ ଚିହ୍ନଟ ହୋଇଥାଏ। ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଏନଆଇଭି) ସ୍ପଷ୍ଟ କରିଛି ଯେ ମୃତ ୧୧ ବର୍ଷୀୟ ବାଳକଜଣକ H5N1 ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ।

ସୂଚନା ଅନୁଯାୟୀ, ୧୧ ବର୍ଷୀୟ ବାଳକ ସୁଶୀଲଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ମାତ୍ର ପରେ ପରୀକ୍ଷାନିରୀକ୍ଷା ପରେ ସେ H5N1 ବା ବାର୍ଡ ଫ୍ଲୁରେ ସଂକ୍ରମିତ ବୋଲି ଜଣାପଡ଼ିଥିଲା। ସୁଶୀଲ ନିମୋନିଆ ଏବଂ ଲ୍ୟୁକେମିଆରେ ଆକ୍ରାନ୍ତ ହୋଇଥିଲେ ଜୁଲାଇ ୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁଶୀଲଙ୍କ ସଂପର୍କରେ ଆସିଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ବ୍ୟକ୍ତି ଏବେ ସଙ୍ଗରୋଧରେ ରହିଛନ୍ତି। ସଂକ୍ରମଣ ବାବଦରେ ଅଧିକ ଅନୁସନ୍ଧାନ ଏବଂ ଯାଞ୍ଚ କରିବା ପାଇଁ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲର ଏକ ଟିମ୍ ସୁଶୀଲଙ୍କ ଗାଁକୁ ଯାଇଛି।

- Advertisement -

ଚଳିତ ବର୍ଷ ଆରମ୍ଭରୁ ହରିୟାଣା ସମେତ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଦେଖିବାକୁ ମିଳିଥିଲା। ଅନେକ ମୃତ ପକ୍ଷୀ ଏବଂ କୁକୁଡ଼ା ଉଦ୍ଧାର ହୋଇଥିଲେ।

 

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories