www.samajalive.in
Sunday, December 14, 2025
16.1 C
Bhubaneswar

ସାମ୍ନାକୁ ଆସିଲା ଦେଶର ପ୍ରଥମ ବାର୍ଡ଼ ଫ୍ଲୁ ଜନିତ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ହରିୟାଣାର ଜଣେ ୧୧ ବର୍ଷୀୟ ବାଳକ H5N1 ଭୂତାଣୁ ବା ବାର୍ଡ଼ ଫ୍ଲୁରେ ସଂକ୍ରମିତ ହୋଇ ମଙ୍ଗଳବାର ପ୍ରାଣ ହରାଇଛନ୍ତି। ଭାରତରେ ମଣିଷଙ୍କ ମଧ୍ୟରେ H5N1 ଭୂତାଣୁ ଚିହ୍ନଟ ହେବାର ଏହା ହେଉଛି ପ୍ରଥମ ମାମଲା ଏବଂ ବର୍ଷର ପ୍ରଥମ ବାର୍ଡ଼ ଫ୍ଲୁ ଜନିତ ମୃତ୍ୟୁ ବୋଲି କୁହାଯାଉଛି। ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଏହି ନାବାଳକଙ୍କ ମୃତ୍ୟୁ ଘଟିଛି। H5N1 ଭୂତାଣୁ ପକ୍ଷୀ କିମ୍ୱା କୁକୁଡ଼ାଙ୍କ ଦେହରେ ଚିହ୍ନଟ ହୋଇଥାଏ। ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଏନଆଇଭି) ସ୍ପଷ୍ଟ କରିଛି ଯେ ମୃତ ୧୧ ବର୍ଷୀୟ ବାଳକଜଣକ H5N1 ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ।

ସୂଚନା ଅନୁଯାୟୀ, ୧୧ ବର୍ଷୀୟ ବାଳକ ସୁଶୀଲଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ମାତ୍ର ପରେ ପରୀକ୍ଷାନିରୀକ୍ଷା ପରେ ସେ H5N1 ବା ବାର୍ଡ ଫ୍ଲୁରେ ସଂକ୍ରମିତ ବୋଲି ଜଣାପଡ଼ିଥିଲା। ସୁଶୀଲ ନିମୋନିଆ ଏବଂ ଲ୍ୟୁକେମିଆରେ ଆକ୍ରାନ୍ତ ହୋଇଥିଲେ ଜୁଲାଇ ୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁଶୀଲଙ୍କ ସଂପର୍କରେ ଆସିଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ବ୍ୟକ୍ତି ଏବେ ସଙ୍ଗରୋଧରେ ରହିଛନ୍ତି। ସଂକ୍ରମଣ ବାବଦରେ ଅଧିକ ଅନୁସନ୍ଧାନ ଏବଂ ଯାଞ୍ଚ କରିବା ପାଇଁ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲର ଏକ ଟିମ୍ ସୁଶୀଲଙ୍କ ଗାଁକୁ ଯାଇଛି।

- Advertisement -

ଚଳିତ ବର୍ଷ ଆରମ୍ଭରୁ ହରିୟାଣା ସମେତ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଦେଖିବାକୁ ମିଳିଥିଲା। ଅନେକ ମୃତ ପକ୍ଷୀ ଏବଂ କୁକୁଡ଼ା ଉଦ୍ଧାର ହୋଇଥିଲେ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories