www.samajalive.in
Monday, December 8, 2025
13.1 C
Bhubaneswar

ଦିଲ୍ଲୀ ବିଶ୍ବର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଶନିବାର ସୁଦ୍ଧା ଅତି ବିପଜ୍ଜନକ ଥିବାବେଳେ ଏହା ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଆଇକ୍ୟୁ ଏୟାର ଭିଜୁଆଲ ନାମକ ସ୍ବିଜରଲାଣ୍ଡର ଏକ ସଂସ୍ଥା ଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟରେ ବିଶ୍ବର ଷଷ୍ଠ ଏବଂ ନବମ ପ୍ରଦୂଷିତ ସହର ଭାବେ ଯଥାକ୍ରମେ କଲିକତା ଓ ମୁମ୍ବଇର ନାମ ସ୍ଥାନିତ ହୋଇଛି। ଚଳିତବର୍ଷ ଅକ୍ଟୋବର ଶେଷ ଭାଗରୁ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ସର୍ବାଧିକ ସମୟ ଧରି ପ୍ରଦୂଷଣ ଲାଗି ରହିଛି। ଅକ୍ଟୋବର ୨୭ ପରଠାରୁ ଏ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦିଲ୍ଲୀର ପ୍ରଦୂଷଣ ସ୍ତର ବିପଜ୍ଜନକ ରହିଛି; ଯାହାଦ୍ବାରା ସମସ୍ତ ସହରବାସୀ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଶନିବାର ଦିଲ୍ଲୀର ପ୍ରଦୂଷଣ ସ୍ତର ୪୦୨ ଥିବା ରେକର୍ଡ କରାଯାଇଛି। ଏଥିନେଇ ଦୁଇ ଦିନ ଧରି ସହରର ସ୍କୁଲଗୁଡିକୁ ବନ୍ଦ ରଖାଯାଇଥିଲା। ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା ଦୂର କରିବା ଲାଗି ବାୟୁ ବିଶୋଧନ ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଚୀନର ୪ ପ୍ରମୁଖ ସହର ଚେଙ୍ଗଡୁ, ଗୁଆଙ୍ଗଝୋଉ, ଚୋଙ୍ଗକ୍ବିଙ୍ଗ ଏବଂ ବେଜିଂ ମଧ୍ୟ ବିଶ୍ବର ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରେ ରହିଛି। ପାକିସ୍ତାନର ଲାହୋର ତୃତୀୟ, ଉଜବେକିସ୍ତାନର ତାସକେଣ୍ଟ ଚତୁର୍ଥ ଏବଂ ନେପାଳର କାଠମାଣ୍ଡୁ ସପ୍ତମ ସ୍ଥାନରେ ଅଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories