ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ନୂଆଦିଲ୍ଲୀରେ ଲାଗୁ ହେଲା କଟକଣା । ରାଜଧାନୀ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଗାଇଡଇନ୍ ଜାରି କରିବା ସହ କଟକଣା ଲାଗାଯାଇଛି । ଗାଇଡଲାଇନ୍ ଅନୁଯାୟୀ ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେବରକୁ ଥିବା ବ୍ୟକ୍ତି ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ତାହା ସହ ଦିଲ୍ଲୀବାସୀଙ୍କୁ କରୋନା ଡବଲ ଡୋଜ୍ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି । ସାଧାରଣତନ୍ତ୍ର ଦିବସ ଉତ୍ସବରେ ୧୫ ବର୍ଷରୁ କମ୍ ପିଲାଙ୍କୁ ଯୋଗନଦେବାକୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୨୭ ହଜାର ୭୩୨ ଜଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।
Popular Categories



