www.samajalive.in
Monday, December 8, 2025
13.1 C
Bhubaneswar

କ୍ଷେପଣାସ୍ତ୍ର କବଚ ମଧ୍ୟରେ ଦିଲ୍ଲୀ – ସୁରକ୍ଷା ପାଇଁ ଭାରତ ଆମେରିକାଠାରୁ କିଣିବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ . – ରାଜଧାନୀ ନୂଆଦିଲ୍ଲୀର ସୁରକ୍ଷା ପାଇଁ ଭାରତ ଆମେରିକାଠାରୁ କ୍ଷେପଣାସ୍ତ୍ର କିଣିବ । ନାସାମସ୍‌-୨(ନ୍ୟାସନାଲ ଆଡଭାନସ୍‌ ସରଫେସ୍‌ ଟୁ ଏୟା ମିସାଇଲ୍‌ ସିଷ୍ଟମ-୨)କୁ ଋଷ୍‌ ଓ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ବ୍ୟବହାର କରାଯିବ ।ଏଥିପାଇଁ ସ୍ୱଦେଶୀ ଜ୍ଞାନ କୌଶଳ ବିକଶିତ କରାଯାଇଛି । ଦିଲ୍ଲୀର ସୁରକ୍ଷା ପାଇଁ ବହୁସ୍ତରୀୟ କ୍ଷେପଣାସ୍ତ୍ର ସିଷ୍ଟମ ବିକଶିତ କରାଯାଇଛି । ସମ୍ପୂର୍ଣ୍ଣ ଦିଲ୍ଲୀକୁ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣକୁ ସୁରକ୍ଷା ଦେବା ପାଇଁ ଏହି କ୍ଷେପଣାସ୍ତ୍ର ସିଷ୍ଟମ ବିକଶିତ କରାଯାଇଛି ।
ନାସାମସ୍‌-୨(ନ୍ୟାସନାଲ ଆଡଭାନସ୍‌ ସରଫେସ୍‌ ଟୁ ଏୟା ମିସାଇଲ୍‌ ସିଷ୍ଟମ-୨) ଭାରତୁ ଯୋଗାଇ ଦେବାପାଇଁ ଆମେରିକାକୁ କୁହାଯାଇଥିଲା । ଆମେରିକା କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିବା ସହ କେବଳ ଅନ୍ତିମ ପତ୍ର ବା ଚିଠି ଗ୍ରହଣ କରିଥିବାର ପ୍ରାଲେଖ ଭାରତକୁ ପ୍ରଦାନ କରିବେ । ଏହାକୁ ୬ହଜାର କୋଟି ଟଙ୍କା ବା ଏକ ବିଲିୟନ ଆମେରିକୀୟ ଡଲାର ଦେଇ କିଣାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରରୁ ଜଣାପଡିଥିବା ଟାଇମସ୍‌ ଅଫ୍‌ ଇଣ୍ଡିଆରେ ଏକ ଖବର ପ୍ରକାଶିତ ହୋଇଛି ।

ଏଥିପାଇଁ ଦିଲ୍ଲୀ ଚାରିପାଖରେ ବିଭିନ୍ନ ସ୍ଥାନ ନିରୁପଣ କରାଯିବ । ସେ ସ୍ଥାନରେ କ୍ଷେପଣାସ୍ତ୍ର ବ୍ୟାଟେରୀ ସ୍ଥାପନ କରାଯିବ । ଆମେରିକାର ରାଜଧାନୀ ନ୍ୟୁୟର୍କ , ଋଷ୍‌ର ରାଜଧାନୀ ମସ୍କୋ ଏବେ କ୍ଷେପଣାସ୍ତ୍ର କବଚ ବା ମିସାଇଲ୍‌ ସିଲ୍ଡ ମଧ୍ୟରେ ରହିଛି ।
ଋଷ୍‌ଠାରୁ ବାରତ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବ । ଏହା ପାକିସ୍ତାନ ଓ ଚୀନ୍‌ ସୀମାରେ ମୁତୟନ କରାଯିବ । ଅକ୍ଟୋବର ୨୦୨୦ରୁ ଅକ୍ଟୋବର ୨-୨୩ ମଧ୍ୟରେ ଋଷ୍‌ ଭାରତକୁ ଏହି କ୍ଷେପଣାସ୍ତ୍ର ଯୋଗାଇଦେବ । ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୁଦ୍ଧ ବିମାନ, ଡ୍ରେନ, ଗୁପ୍ତଚର ବିମାନ, କ୍ଷେପଣାସ୍ତ୍ରକୁ ୩୮୦ କିଲୋମିଟର ମଧ୍ୟରେ ଠାବ କରିବା ସହ ନଷ୍ଟ କରିଦେବ ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories