ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋଏଲଙ୍କୁ ୬ ମାସ ଜେଲ ଦଣ୍ଡ ମିଳିଛି। ଦିଲ୍ଲୀର ଏକ କୋର୍ଟ ବାଚସ୍ପତି ରାମ ବିଳସ ଗୋୟଲଙ୍କୁ ଜଣେ ବିଲ୍ଡରଙ୍କ ଘରେ ଜବରଦସ୍ତି ପ୍ରବେଶ କରିବା ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଶୁକ୍ରବାର ଦିନ କୋର୍ଟ ଗୋୟଲଙ୍କୁ ଏହି ମାମଲାରେ ଦୋଷୀ ଘୋଷଣା କରିଥିଲେ । ରାମନିବାସଙ୍କ ସହ ତାଙ୍କ ପୁଅ ସୁମିତ ଗୋଏଲ ଓ ହିତେଶ ଖନ୍ନା, ଅତୁଲ ଗୁପ୍ତା ଏବଂ ବଳବୀର ସିଂଙ୍କୁ ଏହି ମାମାଲାରେ ଜେଲ ଦଣ୍ଡ ଦେଇଛନ୍ତି କୋର୍ଟ। ଜେଲ ଦଣ୍ଡ ସହ ସେମାନଙ୍କୁ ହଜରେ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ୨୦୧୫ ଫେବ୍ରୁଆର ୬ ଦିଲ୍ଲୀ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସ୍ଥାନୀୟ ବିହାର ସ୍ଥିତ ବିଲ୍ଡର ମନୀଷ ଘଇଙ୍କ ଘରେ ଗୋୟଲ ନିଜର ସମର୍ଥକଙ୍କ ସହ ଜବରଦସ୍ତି ପ୍ରବେଶ କରିଥିଲେ ।ଏନେଇ ମନୀଷ ରାମନିବାସ ଏବଂ ତାଙ୍କ ସହଯୋଗୀଙ୍କ ନାମରେ ଅଭିଯୋଗ କରିଥିଲେ ଯାହାର ଶୁଣାଣୀ କରି କୋର୍ଟ ଶୁକ୍ରବାର ଏହି ରାୟ ଦେଇଛନ୍ତି।
ଦିଲ୍ଲୀ ବିଧାନସଭାର ବାଚସ୍ପତିଙ୍କୁ ୬ ମାସ ଜେଲ ଦଣ୍ଡ
Popular Categories



