www.samajalive.in
Sunday, December 7, 2025
23.1 C
Bhubaneswar

୨୦୨୧-୨୨ ଶିକ୍ଷାବର୍ଷରୁ ସୈନିକ ସ୍କୁଲରେ ପଢିପାରିବେ ଝିଅ

ନୂଆଦିଲ୍ଲୀ : ଏଣିକ ସୈନିକ ସ୍କୁଲରେ ମଧ୍ୟ ଝିଅମାନେ ପାଠ ପଢିପାରିବେ। ୨୦୨୧-୨୨ ଶିକ୍ଷାବର୍ଷଠାରୁ ପର୍ଯ୍ୟାୟ ଭିତ୍ତିରେ ସୈନିକ ସ୍କୁଲ୍‍ଗୁଡ଼ିକରେ ବାଳିକାମାନଙ୍କର ନାମ ଲେଖା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଦୁଇବର୍ଷ ପୂର୍ବେ ମିଜୋରାମର ଛିଙ୍ଗ୍‍ଛିପ୍‍ ସୈନିକ ସ୍କୁଲରେ ପରୀକ୍ଷାମୂଳକ ଭାବେ ବାଳିକାମାନଙ୍କର ନାମ ଲେଖା ଆରମ୍ଭ କରାଯାଇଲା। ଏହି ପ୍ରକଳ୍ପର ସଫଳତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସୈନିକ ସ୍କୁଲ୍‍ ଗୁଡ଼ିକରେ ଆବଶ୍ୟକ ମୌଳିକ ଢାଞ୍ଚା ଓ ପର୍ଯ୍ୟାପ୍ତ ସଂଖ୍ୟକ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା ବିଷୟକୁ ନିଶ୍ଚିତ କରିବା ପାଇଁ ଶ୍ରୀ ସିଂହ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ, ପୁଅମାନଙ୍କ ସହିତ ଝିଅମାନଙ୍କୁ ସମାନ ସୁବିଧା ପ୍ରଦାନ, ସଶସ୍ତ୍ର ବାହିନୀରେ ମହିଳାମାନଙ୍କର
ଅଂଶଗ୍ରହଣ ବୃଦ୍ଧି ଓ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories