www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀରେ ଚାଞ୍ଚଲ୍ୟ: ବିଏମଡବ୍ଲ୍ୟୁ ଧକ୍କାରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ । ରବିବାର ବିଏମଡବ୍ଲ୍ୟୁ କାର ଧକ୍କାରେ ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅର୍ଥ ମନ୍ତ୍ରଣାଳୟର ଉପସଚିବ ନବଜୋତ ସିଂ ବାଇକରେ ପତ୍ନୀଙ୍କ ସହ ଯାଉଥିବା ବେଳେ ଦ୍ରୁତଗାମୀ ବିଏମଡବ୍ଲ୍ୟୁ କାରଟି ଧକ୍କା ଦେଇଥିଲା । ସୂଚନା ଅନୁସାରେ ରବିବାର ଦିଲ୍ଲୀର କ୍ୟାଣ୍ଟ ମେଟ୍ରୋ ଷ୍ଟେସନ ନିକଟ ରିଙ୍ଗ ରୋଡ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଦମ୍ପତ୍ତି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାର ଶିକାର ହୋଇଥିବା ନବଜ୍ୟୋତ ସିଂ ଅର୍ଥ ମନ୍ତ୍ରଣାଳୟରେ ଉପ ସଚିବ ଭାବେ କାର୍ଯ୍ୟରତ ଥିଲେ । ନବଜୋତ ତାଙ୍କ ପତ୍ନୀଙ୍କ ସହିତ ବାଇକରେ ଯାଉଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ ବିଏମଡବ୍ଲ୍ୟୁ କାର ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦେଖିଥିଲା ଯେ ରାସ୍ତା ମଝିରେ ବିଏମଡବ୍ଲ୍ୟୁ କାରଟି ଓଲଟି ପଡିଥିଲା ଏବଂ ଡିଭାଇଡର ପାଖରେ ଏକ ବାଇକ୍‍ ରହିଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କାରଟି ଜଣେ ମହିଳା ଚଳାଉଥିଲେ ଏବଂ ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ମହିଳାଙ୍କ ତାଙ୍କ ସ୍ୱାମୀ ଦୁଇ ଆହତଙ୍କୁ ମେଡିକାଲକୁ ନେଇଥିଲେ । କିଛି ସମୟ ପରେ ହସ୍ପିଟାଲରେ ନବଜୋତଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଚିକିତ୍ସିତ ଅଛନ୍ତି ।

- Advertisement -

ବିଏମଡବ୍ଲ୍ୟୁ କାର ଚଳାଉଥିବା ମହିଳା ଏବଂ ତାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଅଛନ୍ତି । ପୁଲିସ କାର ଏବଂ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି । କ୍ରାଇମ୍‍ ଟିମ୍‍ ଏବଂ ଏଫଏସ୍‍ଏଲ୍‍ ଟିମ୍‍ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣା ଯୋଗୁଁ ରିଙ୍ଗ ରୋଡରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହୋଇଥିଲା ।
ତେବେ ମୃତ ଅଧିକାରୀଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନନେଇ ୨୦ କି.ମି ଦୂରରେ ଥିବା ଏକ ହସ୍ପିଟାଲକୁ କାହିଁକି ନିଆଯାଇଥିଲା । ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ତାଙ୍କ ବାପାଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସେ କହିଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories