www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀକୁ ପୁଣି ଫେରିଲା ବାୟୁ ପ୍ରଦୂଷଣ: ଗ୍ରାପ୍‌-୨ କଟକଣା ଲାଗୁ

ନୂଆଦିଲ୍ଲୀ: ସୋମବାର ନୂଆଦିଲ୍ଲୀର ବାୟୁମଣ୍ଡଳ ପୁଣି ପ୍ରଦୂଷିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଫଳରେ ଏହାକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ଗ୍ରାପ୍‌-୨ କଟକଣା ଲାଗୁ କରାଯାଇଛି। ଆଇଏମଡି ପକ୍ଷରୁ ସୋମବାର ଦିଲ୍ଲୀର ଏକ୍ୟୁଆଇ ୧୮୬ ରେକର୍ଡ କରାଯାଇଛି। ଏହା ସ୍ବାଭାବିକସ୍ତର ୩୦୦ରୁ କମ ରହିଥିବାରୁ ଏଭଳି କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ଓ ଏନ୍‌ସିଆରରେ କୋଇଲା ଓ କାଠ ଜାଳେଣି ବ୍ୟବହାରକୁ ନିଷେଧ କରାଯାଇଛି। କୌଣସି ହୋଟେଲ କିମ୍ବା ରେସ୍ତୋରାଁରେ ତନ୍ଦୁର ଚୁଲି ବ୍ୟବହାର କରାଯାଇପାରିବନି। ରାସ୍ତାଘାଟରେ ଧୂଳି ହଟାଇବା କାର୍ଯ୍ୟ ସମେତ ଆଣ୍ଟି ସ୍ମଗ୍‌ ମେସିନର ବ୍ୟବହାର ଏବଂ ଜଳ ସିଞ୍ଚନ ଉପରେ ଗୁରୁତ୍ବ ଦିଆଯାଇଛି। ଡିଜେଲ ଜେନେରେଟର ବ୍ୟବହାରକୁ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି। ଯାନବାହନରୁ ବାହାରୁଥିବା ଧୂଆଁ, ପଡୋଶୀ ରାଜ୍ୟରେ ନଡାପୋଡି, ବାଣଫୁଟା ଭଳି ଘଟଣା ଯୋଗୁଁ ଆଜକୁ ଦୀର୍ଘ ବର୍ଷ ଧରି ଦିଲ୍ଲୀ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories