www.samajalive.in
Saturday, December 6, 2025
19.1 C
Bhubaneswar

ବିଶ୍ୱରେ ୧ନଂ ଭାରତର ରକ୍ଷାମନ୍ତ୍ରାଳୟ ,ଫଛରେ ପଡିଲେ ଚୀନ,ଆମେରିକା

ନୂଆଦିଲ୍ଲୀ : ନିଯୁକ୍ତି ତଥା ରୋଜଗାରକ୍ଷମ କରାଇବାରେ ଭାରତର ରକ୍ଷା ମନ୍ତ୍ରାଳୟ ଓ ସେନା ଦୁନିଆରେ ସବୁଠାରୁ ଶୀର୍ଷରେ। ଏଥିରେ ଆମେରିକା ଓ ଚୀନ ମଧ୍ୟ ପଛରେ ରହିଛନ୍ତି। ଏହି ଦାବି ଜର୍ମାନୀସ୍ଥିତ ଷ୍ଟାଟିଷ୍ଟା ଇନଫୋଗ୍ରାଫିକ୍‌‌ (Statista infographic) ଦ୍ୱାରା କରାଯାଇଛି। ଏହା ଏକ ସ୍ଥାନୀୟ ସଙ୍ଗଠନ। ଯାହା ଦୁନିଆର ବିଭିନ୍ନ ତଥ୍ୟ ପ୍ରଦାନ କରିଥାଏ।
ଷ୍ଟାଟିଷ୍ଟା -୨୦୨୨ ରିପୋର୍ଟ ଅନୁଯାୟୀ, ଭାରତର ରକ୍ଷା ମନ୍ତ୍ରାଳୟ ୨୯.୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ସହ ଦୁନିଆରେ ସବୁଠାରୁ ଅଧିକ ରୋଜଗାର ଯୋଗାଉଥିବା ନିଯୁକ୍ତିର ସଂସ୍ଥା। ଏଥିରେ ତିନିଟି ସୈନା ବିଭାଗର ନିଯୁକ୍ତି ସାମିଲ ରହିଛି।
ନିଯୁକ୍ତି ଦେବା କ୍ଷେତ୍ରରେ ଭାରତୀୟ ରକ୍ଷା ମନ୍ତ୍ରାଳୟ ପରେ ଆମେରିକାର ସ୍ଥାନ ରହିଛି।
ପେଣ୍ଟାଗନ୍ ସହିତ ଜଡିତ ସଂସ୍ଥାଗୁଡ଼ିକରେ ୨୯.୧ ଲକ୍ଷ ଲୋକଙ୍କୁ ଚାକିରି ଦିଆଯାଇଛି ।  ଷ୍ଟାଟିଷ୍ଟା ରିପୋର୍ଟରେ ଦର୍ଶାଯାଇଛି, ବିଶ୍ୱର ବୃହତ୍ତମ ନିଯୁକ୍ତିଦେବାରେ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୀର୍ଷରେ ରହିଛି। ମନ୍ତ୍ରଣାଳୟର ମୋଟ କର୍ମଚାରୀଙ୍କ ସଂଖ୍ୟା  ହେଉଛି ୨୯.୨ ଲକ୍ଷ ।  ତୃତୀୟ ସ୍ଥାନରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ରହିଛି। ଏଠାରେ ୨୫ ଲକ୍ଷ ଲୋକଙ୍କୁ ଚାକିରି ଦିଆଯାଇଛି।

 

- Advertisement -

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories