www.samajalive.in
Monday, December 8, 2025
24.1 C
Bhubaneswar

ସୀମାନ୍ତରେ ଚୀନ-ଭାରତ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଓ ସିଡ଼ିଏସଙ୍କ ସହ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କରୋନା କାଳରେ ଚୀନ ହରକତ ସୀମା ଟପିଛି । ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ କର୍ନେଲଙ୍କ ସହ ମୋଟ ୩ ଜଣ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ଚୀନର ୪ରୁ ୫ ଜଣ ଯବାନ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଚୀନ୍ ଯବାନମାନେ ଭାରତୀୟ ସେନାଙ୍କୁ ଲୁହାଛଡ଼ ଓ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ଦିଲ୍ଲୀରେ ଏକ ଜରୁରୀ ବୈଠକ ଡ଼ାକିଛନ୍ତି । ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର, ସିଡ଼ିଏସ୍ ବିପିନ୍ ରାୱତ ଓ କିଛି ସେନା ଅଧିକାରୀ ଉପସ୍ଥିତ ଥିବା ସୂଚନା ମିଳିଛି ।

- Advertisement -

ଏହି ପରିସ୍ଥିତି ନିମନ୍ତେ ଚୀନ୍ ଭାରତକୁ ଦାୟୀ କରିଥିବାବେଳେ ଭାରତୀୟ ସେନା ଅଧିକାରୀ ଚୀନକୁ ଦୋଷାରୋପ କରିଛନ୍ତି । ଭାରତୀୟ ସୈନ୍ୟ ଚୀନ ଅଞ୍ଚଳରେ ଅନୁପ୍ରବେଶ କରିଛନ୍ତି ବୋଲି ଚୀନା ମିଡ଼ିଆରେ ଖବର ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଭାରତ ଏହାକୁ ଅସ୍ବୀକାର କରିଛି ଓ ନିଜ ସୀମାରେଖା ମଧ୍ୟରେ ଭାରତୀୟ ସେନା ରହିଥିବା ସ୍ପଷ୍ଟ କରିଛି । ଏହି ସ୍ଥିତିରେ ଭାରତ ଏକପାଖିଆ ପଦକ୍ଷେପ ଗ୍ରହଣ ନ କରିବାକୁ ଚୀନ ବୈଦେଶିକ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି । ପ୍ରାୟ ୧ ମାସ ହେଲା ଲାଦାଖ ଅଞ୍ଚଳରେ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି । ଚୀନ ସେନା ଓ ଭାରତୀୟ ସେନା ବହୁବାର ମୁହାଁମୁହିଁ ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ଏପରି ସ୍ଥିତି ଉପୁଜିଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories