www.samajalive.in
Monday, December 8, 2025
14.1 C
Bhubaneswar

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ବୃହତ୍ତମ ବଜାର – ସୀତାରମଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ ପୁଞ୍ଜିନିବେଶ କରିବାକୁ ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତରେ ସେମାନଙ୍କ ପାଇଁ ଏକ ବୃହତ୍ତର ବଜାର ବୋଲି ସେ କହିଛନ୍ତି। ଏରୋ-ଇଣ୍ଡିଆ ୨୦୧୯ରେ ଉଦ୍‍ଘାଟନୀ ମନ୍ତବ୍ୟ ଦେଇ ସେ ଭାରତରେ ପୁଞ୍ଜିନିବେଶ ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଶତକଡ଼ା ୧୦୦ ଭାଗ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ଦେବା ସମେତ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପର ସେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ବିଗତ ୪ ବର୍ଷ ଭିତରେ ୨୭ ହଜାର ୫୦୦ କୋଟି ଟଙ୍କା ସମ୍ବଳିତ ୧୫୦ଟି ଠିକା ଦିଆଯାଇଛି। ସେ କହିଛନ୍ତି, ଭାରତ ମଧ୍ୟମ ଧରଣର ବିମାନ ସମେତ ବିଭିନ୍ନ ଯନ୍ତ୍ରାଂଶ ଉତ୍ପାଦନ କରିବାରେ ସକ୍ଷମ ହୋଇଛି। ଆମ ଦେଶ ଆଫଗାନିସ୍ତାନ, ମାଳଦ୍ଵୀପ, ମରିସସ ଏବଂ ଚିତଳକୁ ହେଲିକଫ୍ଟର ରପ୍ତାନି କରିଥିବା ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories