ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ (AMCA) କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଢାଞ୍ଚାକୁ ଅନୁମୋଦନ କରିଛନ୍ତି। ଏରୋନଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି ଶିଳ୍ପ ସହଭାଗୀତା ମାଧ୍ୟମରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଏହି ପଦକ୍ଷେପ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବା ସହ ଦୃଢ଼ ଘରୋଇ ଏରୋସ୍ପେସ୍ ଶିଳ୍ପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସାବ୍ୟସ୍ତ ହେବ।
ଉଭୟ ଘରୋଇ ଏବଂ ସରକାରୀ କ୍ଷେତ୍ରକୁ ଏହି ମଡେଲ ସମାନ ସୁଯୋଗ ପ୍ରଦାନ କରିଥାଏ। ଏଥିଲାଗି ସ୍ୱାଧୀନ, ଯୌଥ ଉଦ୍ୟୋଗ ଭାବରେ କିମ୍ବା ମିଳିତ ଭାବରେ ବିଡ୍ ଦାଖଲ କରିପାରିବେ। ତେବେ ସମ୍ପୃକ୍ତ ସଂସ୍ଥା ବା ବିଡର ଭାରତୀୟ କମ୍ପାନୀ ହୋଇଥିବା ଆବଶ୍ୟକ ଏବଂ ଦେଶର ଆଇନ ଓ ନିୟମକୁ ପାଳନ କରୁଥିବା ଆବଶ୍ୟକ। ସ୍ୱଦେଶୀ ଜ୍ଞାନ, କ୍ଷମତା ଏବଂ ସାମର୍ଥ୍ୟକୁ ଉପଯୋଗ କରି ଏଏମସିଏ ପ୍ରୋଟୋଟାଇପ୍ ବିକଶିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ମହାକାଶ କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ।



