ପାଟଣା : କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ତାଳପଦା ଗ୍ରାମର ପ୍ରଧାନ ସାହିରୁ ଆଜି ଏକ ହରିଣକୁ ବନବିଭାଗ ଉଦ୍ଧାର କରିଛି। ହରିଣଟି ଆଜି ସକାଳୁ ପାଣି ଅନ୍ବେଷଣରେ ତାଳପଦା ଗାଁ ଭିତରକୁ ଆସିଥିବା ବେଳେ ଗ୍ରାମର ରାଇଚରଣ ମହାନ୍ତଙ୍କ ବଗିଚା ଭିତରକୁ ପଶି ଆସିଥିଲା। ହରିଣକୁ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ।
ଏହାପରେ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ହରିଣକୁ ଉଦ୍ଧାର କରିଥିଲା। ଉଦ୍ଧାର ହରିଣଟିକୁ ମୟୂରଭଞ୍ଜ ଜିଲା ଶିମିଳିପାଳର ବିସିପୁର ସଂରକ୍ଷିତ ଜଙ୍ଗଲରେ ହରିଣଟିକୁ ଛାଡି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।



