www.samajalive.in
Monday, December 8, 2025
13.1 C
Bhubaneswar

ଦ୍ରୌପଦୀ ହେବାକୁ ମନା କଲେ ଦୀପିକା

ମୁମ୍ବଇ : ବଲିଉଡର ଏକ ନମ୍ବର ନାୟିକାଭାବେ ସୁପରିଚିତ ଦୀପିକା ପାଦୁକୋନ ନିକଟରେ ରଣବୀର ସିଂହଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବେଶ୍‌ କିଛି ଦିନ ଧରି ଚର୍ଚ୍ଚା ହେଉଛି ଯେ, ବଲିଉଡ୍‌ର ମିଷ୍ଟର ପରଫେକସନିଷ୍ଟ୍‍ ଅମୀର ଖାନ୍‌ ‘ମହାଭାରତ’ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବେ। ଆଉ ସେଥିରେ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିବା ପାଇଁ ଦୀପିକା ପାଦୁକୋନ୍‌ଙ୍କୁ ଅଫର୍‌ କରାଯାଇଥିଲା। କିନ୍ତୁ ସେ ଏହି ଭୂମିକା ନ କରିବାକୁ ନିଷ୍ପତ୍ତି ନେଇଥିବା ଖବରଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଦୀପିକା ପାଦୁକୋନ୍‌ ‘ମହାଭାରତ’ ସିନେମାରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିବା ପାଇଁ ମନା କରିଦେଇଛନ୍ତି। ତେବେ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରିବେ,ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ‘ମହାଭାରତ’ର ଦ୍ରୌପଦୀ ହେବା ପାଇଁ କାହିଁକି ଦୀପିକା ମନା କଲେ, ତା’ର କାରଣ ବି ସେ କିଛି କହି ନାହାନ୍ତି। ହେଲେ ରଣବୀର ସିଂହଙ୍କୁ ବିବାହ କରିବା ପରେ ଦୀପିକା ପ୍ରଥମେ କେଉଁ ସିନେମାରେ କାମ କରିବେ ତାହା ଜଣା ପଡ଼ିଯାଇଛି। ଖବରଅନୁସାରେ ଦୀପିକା ପାଦୁକୋନ୍‌ ଖୁବ୍‌ ଶୀଘ୍ର ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନୟ କରିବେ। ଫିଲ୍ମର କାହାଣୀ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ଦୀପିକା କାମ କରିବେ ବୋଲି ବି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ଏହାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories