www.samajalive.in
Tuesday, December 9, 2025
26.1 C
Bhubaneswar

ଏନଡିଆରଏଫ ପାଣ୍ଠିରୁ ଓଡିଶାକୁ ଅତିରିକ୍ତ ସହାୟତା ପ୍ରଦାନ: ରାଜନାଥ ଓ ସ୍ୱରାଷ୍ଟ୍ର ସଚିବଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର : ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଓଡିଶା ପାଇଁ ଅତିରିକ୍ତ ସହାୟତା ରାଶି ପ୍ରଦାନ କରିବାକୁ ତ୍ୱରିତ ବିଚାର କରିବା ନେଇ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ସଚିବ ରାଜୀବ ଗୌବାଙ୍କ ସହ ମଧ୍ୟ କଥା ହୋଇ ଏ ସମ୍ପର୍କରେ ଅନୁରୋଧ କରିଥିବା ଟ୍ୱିଟ କରି ପ୍ରକାଶ କରିଛନ୍ତି।

ଓଡିଶା ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ଦାବି ଉପରେ ଖୁବ ଶୀଘ୍ର ସକରାତ୍ମକ ଭାବେ ବିଚାର କରିବାକୁ ଉଭୟ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ତିତଲି ବାତ୍ୟା ଦ୍ୱାରା ପ୍ରଭାବିତ ଆନ୍ଧ୍ର ପ୍ରଦେଶ ସହ ଅନ୍ୟ ରାଜ୍ୟଙ୍କୁ ଅତିରିକ୍ତ ସହାୟତା ପ୍ରଦାନକୁ ଅନୁମତି ଦିଆ ଯିବା ପରେ ତିତଲି ଦ୍ୱାରା ପ୍ରଭାବିତ ଓଡିଶାକୁ ଅତିରିକ୍ତ ସହାୟତା ନ ମିଳିବାକୁ ନେଇ କିଛି ମହଲରେ ଆଶଙ୍କା ବ୍ୟକ୍ତ କରା ଯାଇଥିଲା।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories