www.samajalive.in
Thursday, December 11, 2025
13.1 C
Bhubaneswar

ଏସିଆନ୍‌ ଜିମ୍ନାଷ୍ଟିକ୍‌ ଚମ୍ପିଆନସିପ୍‌ରୁ ଓହରିଲେ ଦୀପା

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ଜୁନ୍‌ ୧୩ରୁ ୧୬ ପର୍ଯ୍ୟନ୍ତ ମଙ୍ଗୋଲିଆରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଜିମ୍ନାଷ୍ଟିକ୍‌ ଚମ୍ପିଆନସିପ୍‌ରୁ ଓହରି ଯାଇଥିବା ଜଣାପଡ଼ିଛି। ଦୀପାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ଦୀପାଙ୍କୁ ବେଶ୍‌ କିଛିସମୟ ଲାଗିବ। ଆସନ୍ତା ସେପ୍ଟେମ୍ବର ପୂର୍ବରୁ ଦୀପା ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ସମ୍ଭାବନା ନ ଥିବା ତାଙ୍କ ପ୍ରଶିକ୍ଷକ ବିଶ୍ବେଶ୍ବର ନନ୍ଦୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୀପା ଏସିଆନ୍ ଜିମ୍ନାଷ୍ଟିକ୍‌ ଚମ୍ପିଆନସିପ୍‌ରୁ ଓହରି ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜର୍ମାନୀରେ ଅକ୍ଟୋବର ୪ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଜିମ୍ନାଷ୍ଟିକ୍ ଚମ୍ପିଆନସିପ୍‌ରେ ଦୀପା ଭାଗ ନେବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ​‌େ​‌ହାଇଛି। ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ହାସଲ କରିବାକୁ ବିଶ୍ବ ଜିମ୍ନାଷ୍ଟିକ୍‌ ଚମ୍ପିଆନସିପ୍‌ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ହାସଲ କରିବାକୁ ଦୀପା ସାମିଲ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଥାଉକି ଗତ ମାର୍ଚ୍ଚରେ ବାକୁରେ ଆୟୋଜିତ ଜିମ୍ନାଷ୍ଟିକ୍‌ ବିଶ୍ବକପ୍‌ରେ ଭାଗ ନେବା ବେଳେ ଦୀପାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଫଳରେ ସେ ଦୋହାରେ ଆୟୋଜିତ ଅନ୍ୟତମ ବିଶ୍ବକପ୍‌ରେ ଭାଗ ନେଇ ପାରିନଥିଲେ। ଏହାପରେ ସେ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିନାହାନ୍ତି। ଦୀପା କେବେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବେ ତାହା ବର୍ତ୍ତମାନ ଠାରୁ କହିବା କଷ୍ଟକର ବୋଲି ତାଙ୍କ ପ୍ରଶିକ୍ଷକ ବିଶ୍ବେଶ୍ବର କହିଛନ୍ତି। ଇତିମଧ୍ୟରେ ଦୀପାଙ୍କ ଆଣ୍ଠୁରେ ଏକ ଛୋଟକାଟିଆ ଅ​‌େ​ସ୍ତ୍ରାପଚାର ହୋଇଥିବା ଭାରତୀୟ ଜିମ୍ନାଷ୍ଟିକ୍‌ସ ମହାସଂଘ ତରଫରୁ ଦାବି କରାଯାଇଛି। ତେବେ ଭାରତୀୟ ଜିମ୍ନାଷ୍ଟିକ୍‌ସ ମହାସଂଘର ଏହି ଦାବିକୁ ବିଶ୍ବେଶ୍ବର ଖାରଜ କରି ଦେଇଛନ୍ତି। ସେ ଯାହା ହେଉ ନା କାହିଁକି ସଂପୂର୍ଣ୍ଣ ସୁସ୍ଥ ହେବାକୁ ଦୀପାଙ୍କୁ ବେଶ୍‌ କିଛିସମୟ ଲାଗିବ ଏଥିରେ କୌଣସି ଦ୍ବିମତ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories