www.samajalive.in
Wednesday, December 10, 2025
16.1 C
Bhubaneswar

୪୯ ନମ୍ବର ଜାତୀୟ ରାଜପଥର ଦୂରାବସ୍ଥା ପ୍ରତିବାଦରେ ଆମରଣ ଅନଶନରେ ବସିବେ ପୂର୍ବତନ ଜିଲାପରିଷଦ ସଦସ୍ୟ

ଦେବଗଡ: ଦେବଗଡ ଦେଇ ଯାଇଥିବା ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର( ପୂର୍ବର ୬ ନମ୍ବର ଜାତୀୟ ରାଜପଥ)ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀ ସମସ୍ତ ନିତି ନିୟମ ଉଲ୍ଲଙ୍ଘନ କରି ମନୋମୁଖି କାର୍ଯ୍ୟ ଜାରି ରଖିଛି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ନିର୍ମାଣାଧିନ ରାଜପଥର ସବୁଆଡେ ଧୁଳି ଉଡିବା ସହ ମାମାନ୍ୟ ବର୍ଷାରେ ମଧ୍ୟ ପାଣି କାଦୁଅରେ ଭର୍ତ୍ତି ହୋଇ ପରିବେଶ ଗୁରୁତର ଭାବେ ପ୍ରଦୁଷିତ ହେଉଛି। ଯେଉଁ ସ୍ଥାନରେ ପୋଲ ଓ କଲଭର୍ଟ ନିର୍ମାଣ ହେଉଛି ସେହି ସ୍ଥାନରେ ପିଚୁ ଦ୍ୱାରା ଡଇଭର୍ସନ ନିର୍ମାଣ ପାଇଁ ବ୍ୟୟ ଅଟକଳ ରହିଥିଲେ ହେଁ ଡାଇଭର୍ସନ ମାନଙ୍କରେ ଆଦୌ ପିଚୁ ବ୍ୟବହାର କରାଯାଉନାହିଁ। ଫଳରେ ଦେବଗଡ ଜିଲାର ତିଲେଇବଣି- ଠିଆନାଳ ମଧ୍ୟରେ ଥିବା ସମସ୍ତ ପୋଲ ଓ କଲଭର୍ଟ ଗୁଡିକ ନିକଟରେ ବଡବଡ ଖାଲଖମା ସୃଷ୍ଟି ହେବାସହ ରାସ୍ତାର ଅବସ୍ଥା ଶୋଚନୀୟ ତଥା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କଲା ଗ୍ରାମଠାରୁ ବାରକୋଟ ବଳିତା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏମିତି ହୋଇପଡ଼ିଛି ଯେ, ସେଠାରେ ନିୟମିତ ବ୍ୟବଧାନରେ ଦୁର୍ଘଟଣା ମାନ ଘଟି ବହୁ ଧନ ଜୀବନ ହାନୀ ହେଉଛି। ଫଳରେ ଉକ୍ତ ରାସ୍ତାଦେଇ ଯାତାୟତ କରିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ଏଭଳି ପରିସ୍ଥିତିରେ ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କିମ୍ବା ଦେବଗଡ ଜିଲା ପ୍ରଶାସନ କିଛି ନଜାଣିଲା ଭଳି ଅଭିନୟ କରୁଛନ୍ତି। ବାରକୋଟ ବ୍ଲକର ଜନବହୁଳ ବମ୍ପରଡା ଗ୍ରାମ ଓ କଣ୍ଢଳ ଗ୍ରାମ ନିକଟ ରାସ୍ତା ଅପର ପାର୍ଶ୍ବରେ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ଗୁଡିକ ରହିଥିବା ବେଳେ ରାସ୍ତାର ଏଭଳ ଅବସ୍ଥା ଯୋଗୁଁ ଛାତ୍ରଛାତ୍ରୀ, ରୋଗୀ ତଥା ଜନସାଧାରଣ ରାସ୍ତା ଅତିକ୍ରମ କରିବା ସମୟରେ ଦୂର୍ଗଟଣାର ଶିକାର ହେବାର ଆଶଙ୍କା ରହିଛି। ଏଣୁ ସଠିକ ଭାବେ ଉକ୍ତ ଜାତୀୟ ରାଜପଥର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ କରିବା ସହ ସହଜରେ ଜାତାୟତ କରିବା ନିମନ୍ତେ ଉପରୋକ୍ତ ବମ୍ପରଡା, କଣ୍ଢଳ ଓ ବାରକୋଟ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତାରେ ଫୁଟ ବ୍ରିଜ ନିର୍ମାଣର ଆବଶ୍ୟକତା ରହିଛି।  ଏହି ଦାବିରେ ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ବଲଣ୍ଡା ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଧର୍ମଘଟ କରିବେ ବୋଲି ଜଣାପଡ଼ିଛି।

ଶ୍ରୀ ପ୍ରଧାନ ଉପରୋକ୍ତ ଦାବିନେଇ ଗତ ୫ ତାରିଖରେ ମହାମହିମ ରାଜ୍ୟପାଳଙ୍କୁ ପତ୍ର ଲେଖିବା ସହ ଏହାର ନକଲ ମାନ୍ୟବର ମୂଖ୍ୟମନ୍ତ୍ରୀ, ଦେବଗଡ ଜିଲାପାଳ ଓ ଦେବଗଡ ଏସ.ପି.ଙ୍କୁ ପ୍ରଦାନ କରିଥିଲେ। ଏଥିସହ ୧୫ ଦିନ ମଧ୍ୟରେ ଉପରୋକ୍ତ ଦାବି ଗୁଡିକ ପୂରଣ ନ ହେଲେ ଅଗଷ୍ଟ ୨୫ ତାରିଖରୁ ଆମରଣ ଅନଶନ କରିବେ ବୋଲି ଲିଖିତ ଚେତାବନୀ ଦେଇଥିଲେ। ମାତ୍ର ନିର୍ଦ୍ଦାରିତ ସମୟ ମଧ୍ୟରେ ଦାବି ପୂରଣ ନ ହେବାରୁ ଆସନ୍ତାକାଲି ପୂର୍ବାହ୍ନରୁ ଶ୍ରୀ ପ୍ରଧାନ ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories