www.samajalive.in
Monday, December 8, 2025
27.1 C
Bhubaneswar

ହାଇଦ୍ରାବାଦ ଟ୍ରେନ୍ ଦୁର୍ଘଟଣା; ଗୁରୁତର ଟ୍ରେନ୍ ଡ୍ରାଇଭର୍‌ଙ୍କ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଗତ ସୋମବାର ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିବା ଘଟଣାରେ ଗୁରୁତର ହୋଇଥିବା ଲୋକାଲ୍‌ ଟ୍ରେନ୍‌ର ୩୧ ବର୍ଷିୟ ଡ୍ରାଇଭର୍‌ ଏଲ୍‌ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଛି। ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ଦୁର୍ଘଟଣା ପରେ ଏଲ୍‌ ଚନ୍ଦ୍ରଶେଖର କ୍ୟାବିନ୍‌ ମଧ୍ୟରେ ଚାପି ହୋଇଯାଇଥିଲେ। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପ୍ରାୟ ଆଠଘଣ୍ଟା ପରିଶ୍ରମ କରି ଚାପି ହୋଇଥିବା କ୍ୟାବିନ ମଧ୍ୟରୁ ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ଜୀବନ ଥିଲା ସତ କିନ୍ତୁ ଶରୀରର ହାଡ ଗୁଡିକ ଭାଙ୍ଗି ଯାଇଥିଲା। ଚିକିତ୍ସା ନିମନ୍ତେ ତାଙ୍କୁ ନାମପାଲ୍ଲୀସ୍ଥିତ କେୟାର୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚନ୍ଦ୍ରଶେଖରଙ୍କର ଡାହଣ ଗୋଡର ହାଡ ଚୂନା ହୋଇ ଯାଇଥିବାରୁ ଗୁରୁବାର ଦିନ ଡାକ୍ତରମାନେ ସେହି ଗୋଡଟିକୁ କାଟିବାକୁ ବାଧ୍ୟ ହୋଇଥିଲେ। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଦିନରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ସମ୍ପୂର୍ଣ୍ଣ ଶରୀରକୁ ସଂକ୍ରମଣ ବ୍ୟାପି ଯିବାରୁ ଶନିବାର ତାଙ୍କର ମୃତ୍ୟୁ ହୋଇଛି ବୋଲି କେୟାର୍‌ ହସ୍‌ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories