www.samajalive.in
Saturday, December 6, 2025
16.1 C
Bhubaneswar

ମହାପ୍ରୟାଣ ଦିବସରେ ଭାରତରତ୍ନ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ : ଆଠଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ରବିବାର ସ୍ଥାନୀୟ ଆମ୍ବେଦକର ଭବନରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡଃ ଭୀମ୍ରାଓ ଆମ୍ବେଦକରଙ୍କୁ ତାଙ୍କ ୬୫ତମ ମହାପ୍ରୟାଣ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶ୍ରୀନିବାସ ବରାଳଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଗୌତମ ବୁଦ୍ଧ ସୀତାରାମ ମୁଖ୍ୟ ଅତିଥି, ପରିଷଦର ସଭାପତି ଶ୍ରୀନିବାସ ଦଳାଇ, ସଂପାଦକ ବିଚିତ୍ରାନନ୍ଦ ସେଠୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପ୍ରଥମେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନେ ଆମ୍ବେଦକରଙ୍କ ପ୍ରତିଭାଦୀପ୍ତ ପ୍ରଜ୍ଞାର ତୁଳନା ନାହିଁ ବୋଲି କହିବା ସହ ଦେଶପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଡଃ ଆମ୍ବେଦକରଙ୍କ ଜୀବନାଦର୍ଶ ଓ ତାଙ୍କ ଅଧ୍ୟକ୍ଷତାରେ ପ୍ରଣିତ ସମ୍ବିଧାନ ଦ୍ୱାରା ଦେଶବାସୀଙ୍କର ମଙ୍ଗଳ ପାଇଁ ଅଭିପ୍ରେତ ବୋଲି ସେମାନେ ପ୍ରକାଶ କରିଥିଲେ। ଆମ୍ବେଦକର ଅମର ରହେ ଓ ଜୟ ଭୀମ୍ ଆଦି ସ୍ଲୋଗାନରେ ଆମ୍ବେଦକର ଭବନ ପ୍ରକମ୍ପିତ ହୋଇଥିଲା। ପରିଷଦର ସଭ୍ୟ ଅରୁପାନନ୍ଦ ମଲ୍ଲିକ, ଧରଣୀଧର ଦେଉରୀ, ଅଶୋକ କୁମାର ମଲ୍ଲିକ, ପୁରୁଷୋତ୍ତମ ଦେଉରୀ, ପଙ୍କଜ ନାଏକ, ନିରଞ୍ଜନ ନାଏକ, ସୂର୍ଯ୍ୟକାନ୍ତ ବେଉରା, ଦେବୀପ୍ରସାଦ ସାହୁ, ରମ୍ଭା ନାଏକ, ଝୁନା ନାଏକ ପ୍ରମୁଖ ଉଦ୍ବୋଧନ ଦେବା ସହ ଡଃ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ପରିଷଦର ସଭ୍ୟ ଅରୁଣ ନାଏକ ଧନ୍ୟବାଦ ଦେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories