ଢେଙ୍କାନାଳ : ବିଦ୍ୟୁତ ତାର ଲାଗି ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ନିକଟରେ ଏପରି ଅଘଟଣ ଘଟିଛି। ତେବେ ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ମାନେ ସମ୍ପର୍କରେ ଶଳା-ଭିଣୋଇ ହେବେ ବୋଲି ଜଣାପଡିଛି। ସେମାନେ ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ବାରହା ଶିକାର ପାଇଁ ରାସ୍ତା କଡରେ ବିଛା ଯାଇଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା।
Popular Categories



