www.samajalive.in
Saturday, December 6, 2025
26.1 C
Bhubaneswar

ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାରାଦ୍ଵୀପ :  ଆଜି ସକାଳୁ ପାରାଦ୍ଵୀପ ରେଲୱେ କଲୋନୀ ସ୍ଥିତ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଚଣ୍ଡିଖୋଲ ଅଞ୍ଚଳ ନୂଆସୁଙ୍ଗୁଡା ଗ୍ରାମର ବାମଦେବ ମାହାଳଙ୍କ ବଡ଼ ପୁଅ ପ୍ରିୟରଞ୍ଜନ ମାହାଳ। ଟ୍ରେନରେ କଟି ଯିବା ଫଳରେ ତାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ସକାଳୁ ରେଳ ଧାରଣାରେ ମୃତଦେହ ପଡିଥିବାର ଦେଖି ସ୍ଥାନୀୟଲୋକେ ପୁଲିସକୁ  ଖବର ଦେଇଥିଲେ। ଘଟଣାସ୍ଥଳରେ ଅଠରବାଙ୍କୀ ଫାଣ୍ଡି ଅଧିକାରୀ ତ୍ରିନାଥ ସାହୁ ଓ ରେଳବାଇ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।ପ୍ରିୟରଞ୍ଜନ କିଛି ଦିନ ହେବ ଅଠରବାଙ୍କୀ ଗୋପୀନାଥ କଲୋନୀରେ ଭଡାରହି ଟ୍ରକ ଚାଳକ ଭାବେ କାର୍ୟ୍ୟ କରୁଥିଲେ।ଗତକାଲିଠାରୁ କୌଣସି କାମରେ ଘରୁ ଯାଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ରେଳ ଧାରଣାରୁ ମିଳିଛି।ତେବେ ମୃତ୍ୟୁ ର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ  ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories