www.samajalive.in
Sunday, December 7, 2025
26.1 C
Bhubaneswar

ରାଜ ମିସ୍ତ୍ରୀର ଗଳିତ ମୃତଦେହ ଜବତ, ମୃତ୍ୟୁର କାରଣ ଅସ୍ପଷ୍ଟ

କଲମପୁର/ମୁଖିଗୁଡା : ଶୌଚ ହେବାକୁ ଯାଇଥିବା ଜନୈକ ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ ହେବା ଘଟଣା ଏବେ ଜୟାପାଟଣା ଥାନା ଅଂଚଳରେ ଆଲୋଚନାର ବିଷୟ ପାଲଟିଛି। ବ୍ୟକ୍ତିଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ପ୍ରାପ୍ତ ସୁଚନା ଅନୁସାରେ, ଜୟପାଟଣା ବ୍ଲକ ଅଧିନସ୍ଥ ପ୍ରତାପପୁର ପଞ୍ଚାୟତ ଅଧିନସ୍ଥ ନୁଆଗୁଡା ଗାଁର ସଦା ସିଂ ପୁରିଆ ୫୫ ବର୍ଷ ଦୀର୍ଘ ଦିନ ଧରି ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲା। ଗତ ୧୧ ଦିନ ଧରି ନିକଟସ୍ଥ ପାବଲି ଗ୍ରାମର ଈଶ୍ୱର ନାଏକ  ଓ ନୀଳ ନାଏକଙ୍କ ଘର କାମରେ ନିୟୋଜିତ ହେଇଥିଲା। ଶନିବାର ଈଶ୍ୱର ନାଏକଙ୍କ ଇନ୍ଦିରା ଆବାସ ଗୃହ ଛାତ ପଡିବାର ଥିଲା କିନ୍ତୁ କେହି ଶ୍ରମିକ ଆସିନଥିବାରୁ କାମ ବନ୍ଦ ରହିଥିଲା। ସଦାସିଂ ବୁଧବାର ଦିନ ପ୍ରାୟ ୧୧ଟା ବେଳେ ନିକଟସ୍ଥ ଜଙ୍ଗଲ ପାଖରେ ଥିବା ଏକ କେନାଲ ଆଡକୁ ଶୌଚ ହେବା ପାଇଁ ଯାଇଥିଲା। ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା।

- Advertisement -

ସେ କୌଣସି ଏକ ଜଙ୍ଗଲୀ ଜନ୍ତୁଙ୍କ ହାବୁଡରେ ପଡିଯାଇଥିବାରୁ ତାର ଆକ୍ରମଣର ଶିକାର ହେଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। କିଛି ଲୋକ ବାର୍ହା ବୋଲି ସନ୍ଦେହ କରୁଥିବା ଆଲୋଚନା ହେଉଛି। ଏହାସହ ଏହି ଅଂଚଳରେ ବାର୍ହା ଓ ଭାଲୁ ଆଦି ଜଙ୍ଗଲ ଜନ୍ତୁଙ୍କ ପ୍ରଭାବ ବେଶୀ ରହିଛି। ଏହି ଘଟଣାକୁ ନେଇ ଜୟପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଥିବା ପୁଲିସ ସୁତ୍ରରୁ ପ୍ରକାଶ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories